

ସତ୍ୟଶିଖା ୧୬ .୦୯.୨୦୨୦ : କଟକରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ନେଇ ହାଇକୋର୍ଟରେ ହୋଇଥିବା ମାମଲାର ଆଜି ଶୁଣାଣି ହୋଇଛି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ପୂଜା କମିଟି ମୂର୍ତିର ଉଚତା ନେଇ ଡିସିପିଙ୍କୁ ଜଣାଇବେ । ଆଜି ସନ୍ଧ୍ୟା ୭ଟା ସୁଦ୍ଧା ପ୍ରତ୍ୟେକ କମିଟି ସେମାନେ କରିଥିବା ମୂର୍ତିର ଉଚତା ନେଇ ଡିସିପିଙ୍କୁ ଜଣାଇବେ ।
“ମାମଲାର ଶୁଣାଣି କଲେ ହାଇକୋର୍ଟ । ଆଜି ସନ୍ଧ୍ୟା ସୁଦ୍ଧା ମୂର୍ତୀର ଉଚ୍ଚତା ସମ୍ପର୍କରେ ଡିସିପିଙ୍କୁ ଜଣାଇବାକୁ ପୂଜା କମିଟିକୁ ଦେଲେ ନିର୍ଦ୍ଦେଶ”
ଏହାପରେ ପୋଲିସ ନିଜେ ବୁଲି ପୂଜା କମିଟିର ମୂର୍ତିର ସ୍ଥିତି ଦେଖିବେ । ଯେଉଁ କମିଟି ଯେତିକି ଉଚତାର ମୂର୍ତି ତିଆରି କରିଥିବେ ବର୍ତମାନ ପାଇଁ ତାହା ରହିବ ।