ସତ୍ୟଶିଖା (ନୂଆଦିଲ୍ଲୀ) ୦୨/୦୧/୨୦୨୧ : ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଶନିବାର ସକାଳୁ ହାଲୁକା ବର୍ଷା ହୋଇଛି । ବର୍ଷା ଯୋଗୁଁ ଶୀତର ପ୍ରକୋପ ଆହୁରି ବଢିଯାଇଛି । ବର୍ଷା ଯୋଗୁଁ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି । ପାଣିପାଗ ବିଭାଗ ଅନୁଯାୟୀ, ହରିୟାଣା ଝଜ୍ଜର, ରୋହତକ, ଜିନ୍ଦ, ପାଣିପତ, କୌଥଲ ଓ ଉତ୍ତର ପ୍ରଦେଶର ଶାମଲି, ଦେବବନ୍ଦର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବର୍ଷା ଯୋଗୁଁ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ପଶ୍ଚିମା ପବନର ପ୍ରଭାବ ଦିଲ୍ଲୀ ସମେତ ଉତ୍ତର-ପଶ୍ଚିମ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଆଜି ସକାଳୁ ଗାଜିପୁର ସୀମା ଓ ଜନପଥ ସମେତ ଅନେକ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି । ପାଲମରେ ୦.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ବର୍ଷା ଯୋଗୁଁ ବଢ଼ିଲା ଶୀତ ରାଜଧାନୀ ଦିଲ୍ଲୀରେ
