ଧର୍ମନ୍ୟୁଜ୍

ଯୋଡା ଅଶ୍ୱିନୀ ପଡୁଥିବାରୁ ସ୍ୱତନ୍ତ୍ର ନୀତିକାନ୍ତି , ଚଳିତ ବର୍ଷ ୪୫ଦିନ ଧରି ଚାଲିବ ଶାରଦୀୟ ଦୁର୍ଗାପୂଜା l

ସତ୍ୟଶିଖା ( ପୁରୀ ) ୦୯.୦୮.୨୦୨୦ :  ଚଳିତ ବର୍ଷ ଶାରଦୀୟ ଦୁର୍ଗାପୁଜା ବା ଷୋଡଶଦିନାତ୍ମକ ପୁଜା ହେବ ୪୫ ଦିନ । ଯୋଡା ଆଶ୍ୱିନ ପଡୁଥିବାରୁ ମଳମାସ ରହିଥିବାରୁ ମୁଳାଷ୍ଟମୀରୁ ନବମୀ ପର୍ଯ୍ୟନ୍ତ ସେପ୍ଟେମ୍ବର ୧୦ରୁ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଏହି ପୁଜା କରାଯିବ । ଏନେଇ ଗଜପତିଙ୍କ ଅଧ୍ୟକ୍ଷତାରେ ରାଜ ପୁରୋହିତ , ଦେଉଳ ପୁରୋହିତ ଓ ରାଜଗୁରୁଙ୍କ ସହ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ନେଇ ହୋଇଛି ପ୍ରସ୍ତୁତି ବୈଠକ । ତେବେ ୨୦୧୨ରେ ଏଭଳି ଯୋଡା ଆଶ୍ୱିନ ପଡୁଥିବାରୁ ଏହିଭଳି ଷୋଳପୁଜା ହୋଇଥିବା ବେଳେ ସେହି ଅନୁସାରେ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଶ୍ରୀକ୍ଷେତ୍ରରେ ଷୋଳପୁଜାକୁ ନେଇ ୨୫ ଜଣ ବ୍ରାହ୍ଣଣଙ୍କ ତାଲିକା କରାଯାଇଥାଏ ।

ହେଲେ ଚଳିତ ବର୍ଷ କରୋନା ମହାମାରୀ ରହିଥିବାରୁ ବୟସ୍କ ବ୍ରାହ୍ଣଣଙ୍କ ସଂଖ୍ୟା ଅଧିକା ଥିବାରୁ କିଛି ଯୁବ ବ୍ରାହ୍ଣଣଙ୍କୁ ସାମିଲ କରି ସଂଖ୍ୟାକୁ ୨୫ ଜଣରୁ ୩୩ ଜଣ କରାଯାଇଛି । କାରଣ ଚଳିତ ବର୍ଷ ୪୫ ଦିନ ପୀଠରେ ପୁଜା କରିବା ପାଇଁ ଅଧିକ ବ୍ରାହ୍ଣଣଙ୍କ ଆବଶ୍ୟକତା ରହିଛି । ସେପଟେ ଶ୍ରୀମନ୍ଦିରରେ ମା ବିମଳାଙ୍କ ପୀଠ ଅନୁସାରେ ଶ୍ରୀକ୍ଷେତ୍ରର ଅନ୍ୟ ପୀଠ ସହ ସାରା ଉତ୍କଳର ବିଭିନ୍ନ ପୀଠରେ ମଧ୍ୟ ୪୫ ଦିନ ହେବ ଶାରଦୀୟ ଦୁର୍ଗାପୁଜା ।

Show More
Back to top button