ସତ୍ୟଶିକ୍ଷା (ମୁମ୍ବାଇ) ୨୫ .୦୯.୨୦୨୦ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ବଲିଉଡର ବଡ ବଡ ଗୁମର ଉପରୁ ପରଦା ହଟୁଛି । ଏବେ ଡ୍ରଗ୍ସ ଲିଙ୍କକୁ ନେଉ ବଲିଉଡରେ ଝଡ ସୃଷ୍ଟି ହୋଇଛି । ବଲିଉଡର ନାମୀଦାମୀ ଅଭିନେତା ଓ ଅଭିନେତ୍ରୀ ଡ୍ରଗ୍ସ ଲିଙ୍କରେ ଫସିଛନ୍ତି । ତେବେ ଏହି ଡ୍ରଗ୍ସ ଲିଙ୍କ୍ ଏବେ ବଲିଉଡରୁ କ୍ରିକେଟ ମୁହାଁ ହୋଇଛି । ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା କ୍ରିକେଟ ଜଗତକୁ ମଧ୍ୟ ଡ୍ରଗ୍ସ ଲିଙ୍କକୁ ଟାଣିଛନ୍ତି ।
ଡ୍ରଗ୍ସ ଲିଙ୍କ୍ ଏବେ କ୍ରିକେଟ ଓ୍ୱାର୍ଲଡ ମୁହାଁ !
