ବଲିଉଡରେ ଡ୍ରଗ୍ସ କାରବାର ମାମଲା l

ସତ୍ୟଶିକ୍ଷା ୨୬.୦୯.୨୦୨୦ : ଦିନ ୧୦ଟାରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋରେ ହାଜର ହେବେ ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ । ଡ୍ରଗ୍ସ ଲିଙ୍କରେ ନାଁ ସାମ୍ନାକୁ ଆସିବା ପରେ ତାଙ୍କୁ ସମନ କରିଛି ଏନସିବି । ତାଙ୍କୁ ଶୁକ୍ରବାର ହାଜର ହେବା ପାଇଁ କୁହାଯାଇଥିଲା । ହେଲେ ଶୁକ୍ରବାର ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ଜେରା କରାଯାଇଥିବାବେଳେ, ଦୀପିକାଙ୍କୁ ଶନିବାର ପଚରା ଉଚରା ପାଇଁ ଡାକିବାକୁ ନିଷ୍ପତି କରିଥିଲା ଯାଂଚ ଏଜେନ୍ସି । ଏବେ ଜଣା ପଡିଛି, ଯେଉଁ ହ୍ୱାଟ୍ସଆପ ଚାଟରେ ‘ହେସ’ ଭଳି ନିଷିଦ୍ଧ ଡ୍ରଗ୍ସ ମଗାଉଥିଲେ ଦୀପିକା ସେହି ହ୍ୱାଟ୍ସଆପ ଗ୍ରୁପରେ ସେ ନିଜେଥିଲେ ଗ୍ରୁପ ଆଡମିନ ।

ଏହି ଗ୍ରୁପରେ ବି ସଦସ୍ୟ ଥିଲେ କ୍ୱାନ ଟ୍ୟାଲେଂଟ ମ୍ୟାନେଜର ଜୟା ଶାହା ଓ କରିଶ୍ମା ପ୍ରକାଶ । ଶୁଣିବାକୁ ମିଳୁଛି ଦୀପିକାଙ୍କୁ ଏନସିବି ଜେରାବେଳେ ସାଙ୍ଗରେ ରହିବାକୁ ଚାହୁଁଥିଲେ ତାଙ୍କ ସ୍ୱାମୀ ତଥା ଅଭିନେତା ରଣବୀର ସିଂ । ହେଲେ ଏଥିପାଇଁ ଅନୁମତି ମଳିଛି ନା ନାହିଁ ତାହା ଜଣାପଡିନାହିଁ । ଅନୁମାନ କରାଯାଉଛି ଦୀପିକାଙ୍କ ସହ ଏନସିବିରେ ଉପସ୍ଥିତ ରହିବା ପାଇଁ ରଣବୀରଙ୍କୁ ଅନୁମତି ମିଳିନପାରେ । ସେହିପରି ଦୀପିକାଙ୍କୁ ହ୍ୱାଟ୍ସଆପ ଚାଟରେ ଡ୍ରଗ୍ସ ମଗାଇବା କଥା ଓ କୋକୋ ରେଷ୍ଟୁରାଂଟରେ ୨୦୧୭ରେ ଡ୍ରଗ୍ସ ପାର୍ଟି କରିବା କଥା ପଚାରି ପାରେ ଏନସିବି ଏସଆଇଟି ।

Exit mobile version