
ସତ୍ୟଶିଖା (ଭୁବନେଶ୍ୱର) ୧୬/୧୨/୨୦୨୦ : ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଥିବା ବେଳେ ଏଏନଏମ କର୍ମୀଙ୍କ ଆନ୍ଦୋଳନ ଆଜି ୧୯ ଦିନରେ ପହଂଚିଛି । ଗତକାଲି କିରୋସିନ ଢାଳି ନିଆଁ ଲଗାଇବାକୁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଜଣେ ଏଏନଏମ କର୍ମୀ ଉଦ୍ଧାର ହୋଇଥିଲେ । ଛଟେଇ ପ୍ରତିବାଦରେ ଧାରଣାରେ ବସିଛନ୍ତି ଶତାଧିକ ସ୍ୱାସ୍ଥ୍ୟ କର୍ମୀ ।
ମହାମାରୀ କରୋନା ସହିତ ମହାଲଢେଇ ପାଇଁ ଏମାନଙ୍କୁ ଯୋଦ୍ଧା ସଜେଇ ଠିକା ନିଯୁକ୍ତି ଦିଆଯାଇଥିଲା । କୋଭିଡ କେୟାର ସେଂଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ଦେଖାଶୁଣା ପାଇଁ ଏଏନଏମ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ୯୦ ଦିନିଆ ଚୁକ୍ତିଭିତିକ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ହେଲେ ଏମାନଙ୍କୁ ଛଟେଇ କରିଦିଆଯାଇଥିଲା । ସ୍ଥାୟୀ ନିଯୁକ୍ତି ଓ ଦରମା ଦାବିରେ ଏଏନଏମ କର୍ମୀ ଏବେ ଭୁବନେଶ୍ୱର ଲୋୟର ପିଏମଜିରେ ଅନଶନରେ ବସିଛନ୍ତି ।ସୂଚନାଯୋଗ୍ୟ, ମହାମାରୀ କରୋନା ସହିତ ମହାଲଢେଇ ପାଇଁ ଏମାନଙ୍କୁ ଯୋଦ୍ଧା ସଜେଇ ଠିକା ନିଯୁକ୍ତି ଦିଆଯାଇଥିଲା । କୋଭିଡ କେୟାର ସେଣ୍ଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ଦେଖାଶୁଣା ପାଇଁ ଏଏନଏମ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ୯୦ ଦିନିଆ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ହେଲେ ପରେ ଏମାନଙ୍କୁ ଛଟେଇ କରିଦିଆଯାଇଥିଲା । ସ୍ଥାୟୀ ନିଯୁକ୍ତି ଓ ବକେୟା ଦରମା ଦାବିରେ ଏଏନଏମ କର୍ମୀ ଏବେ ରାଜରାସ୍ତାରେ ଅନଶନରେ ବସିଛନ୍ତି ।
ଗତ ନଭେମ୍ବର ୨୭ରୁ ସ୍ଥାୟୀ ନିଯୁକ୍ତି ଦାବିରେ ଲୋୟର୍ ପିଏମ୍ଜିରେ ଧାରଣାରେ ବସିଥିବା ଏଏନ୍ଏମ୍ ସ୍ୱାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନ ଆଜି ୧୯ଦିନରେ ପହଞ୍ଚିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ କେହି ବି ସମସ୍ୟା ଶୁଣିବାକୁ ତାଙ୍କ ପାଖକୁ ଆସିନଥିବା ସ୍ୱାସ୍ଥ୍ୟକର୍ମୀମାନେ କହିଛନ୍ତି । ପ୍ରଥମେ ମହାମାରୀ କରୋନା ସହିତ ଲଢ଼େଇ କରିବାକୁ ଆଗକୁ ଠେଲିଦେଇ ସରକାର ବର୍ତ୍ତମାନ ତାଙ୍କୁ ଅଣଦେଖା କରୁଛନ୍ତି । ରାସ୍ତାକଡ଼ରେ ଶୀତ କାକରରେ ପଡ଼ି ଏଏନ୍ଏମ୍ ସ୍ୱାସ୍ଥ୍ୟକର୍ମୀ ସଂଘର୍ଷ କରୁଥିବା ବେଳେ ସରକାରଙ୍କ ନିରବତା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସ୍ୱାସ୍ଥ୍ୟକର୍ମୀମାନେ କହିଛନ୍ତି ।