ନ୍ୟୁଜ୍ରାଜ୍ୟ

ପୋଲିସକୁ ଅଣ୍ଡାମାଡ କଲେ ବିଜେପି କର୍ମୀ

ସତ୍ୟଶିଖା(ଭୁବନେଶ୍ୱର )୨୭.୧୦ .୨୦୨୧:  ମୋମିତା ମେହେର ହତ୍ୟା ମାମଲାରେ ଜୋର ଧରିଛି ରାଜନୀତି । ଗତକାଲି ଛାତ୍ର କଂଗ୍ରେସ ନବୀନ ନିବାସ ଘେରଉ କରିଥିଲା । ଏହି ରାଲିରେ ବ୍ୟାରିକେଟକୁ ଧସେଇ ପସିଥିଲେ କଂଗ୍ରେସ କର୍ମୀ । ତେବେ ଆଜି ମଧ୍ୟ ପୁରୀରେ ବିଜେପି ପକ୍ଷରୁ ବିଶାଳ ରାଲି ହୋଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନେ୍ଦହପୂର୍ଣ୍ଣ ରହିଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ଓ ଗିରଫ ଦାବି କରି ପୁରୀ ବିଜେପି ପକ୍ଷରୁ ଶହଶହ କର୍ମୀ ବିଶାଳ ଶୋଭାଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ବାହାରି ଏସପି ଅଫିସ ଅଭିମୁଖେ ଯାଇଛନ୍ତି  । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ସହ ଜିଲ୍ଲା ସ୍ତରର ଛାମୁଆ ନେତାଙ୍କ ନେତୃତ୍ୱରେ ଏହି ବିଶାଳ ଶୋଭାଯାତ୍ରା କରାଯାଇଛି । ଦୁଇଟି ବ୍ୟାରିକେଡ୍ ଭାଙ୍ଗି ବିଜେପି କର୍ମୀ ଏସପି ଅଫିସକୁ ଧସେଇ ପଶିବା ପାଇଁ ଚେଷ୍ଟା କରିଥିଲେ  । ବିଜେପି କର୍ମୀଙ୍କୁ ଅଟକାଇବା ପାଇଁ ପୋଲିସ ଚେଷ୍ଟା କରିଥିଲା   ।
ଫଳରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି  । ପୋଲିସକୁ ଅଣ୍ଡାମାଡ ହୋଇଥିବା ସୂଚନା ମିଳିଛି । ପୂର୍ବ ଘୋଷଣା ଅନୁସାରେ ୨୬ ଓ ୨୭ ତରିଖ ଦୁଇଦିନ ଧରି ଏସପି ଅଫିସ ଘେରାଉ କରାଯାଉଛି  ।

ସେପଟେ ଜଗତସିଂହପୁରରେ ମଧ୍ୟ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଜଗତସିଂହପୁର ଏସ୍ପି ଅଫିସ୍ ଘେରାଉ କରିଥିଲେ ବିଜେପି କର୍ମୀ  । ଏସପି ଅଫିସକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ବିଜେପି କର୍ମୀ । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା  । ପୋଲିସ ୩୦ରୁ ଅଧିକ ବିଜେପି କର୍ମୀଙ୍କୁ ଉଠାଇ ନେଇଛି  ।

Show More
Back to top button