ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ୩ ହଜାର ୯୯୬ ନୂଆ ଆକ୍ରାନ୍ତ : ଚିନ୍ତା ବଢାଉଛି ଖୋର୍ଦ୍ଧା ଓ କଟକ l

ସତ୍ୟଶିଖା ୧୧ .୦୯.୨୦୨୦ : ରାଜ୍ୟରେ ଉପର ମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ରାଜ୍ୟରେ ୩ ହଜାର ୯୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ ହଜାର ୩୫୯ ଜଣ ସଂଗରୋଧ କେନ୍ଦ୍ରରୁ, ୧ ହଜାର ୬୩୭ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଥିବା ଜଣାପଡିଛି । ଖୋର୍ଧାରୁ ସର୍ବାଧିକ ୬୦୬ ଜଣ ଆକ୍ରାନ୍ତ ଚିହ୍ନ ହୋଇଛନ୍ତି । ସେହିପରି କଟକରୁ ୩୫୪ , ପୁରୀରୁ ୨୭୯, ବାଲେଶ୍ୱରରୁ ୨୦୯, ମୟୂରଭଂଜ ୧୬୦, ନବରଙ୍ଗପୁରରୁ ୧୫୧, କେନ୍ଦ୍ରାପଡା ୧୩୦, ଜଗତସିଂହପୁରରୁ ୧୨୨, ବଲାଙ୍ଗିର ୧୨୪, ଭଦ୍ରକ ୧୧୨ ଅନୁଗୁଳ ୧୩୮, ରାୟଗଡା ୧୦୫, ସୁନ୍ଦରଗଡ ୮୮ , ବରଗଡ ୯୭, କୋରାପୁଟ ୯୩, ସଂବଲପୁର ୯୧ , ସୋନପୁର ୯୧, ଗଂଜାମ ୮୯, ଯାଜପୁର ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

“ଖୋର୍ଦ୍ଧାରୁ ସର୍ବାଧିକ ୬୦୬ ଚିହ୍ନଟ”

ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ।। ୧ ଲକ୍ଷ ୪୩ ହଜାର ୧୧୭କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ଆକ୍ଟିଭ୍ ସଂଖ୍ୟା ୩୪ ହଜାର ୪୫୮ ଏବଂ ସୁସ୍ଥ ସଂଖ୍ୟା ୧ ଲକ୍ଷ ୮ ହଜାର ୧ ରହିଛି ।

Show More
Back to top button