

ସତ୍ୟଶିଖା(ବେଜିଂ:)୨୮.୧୧.୨୦୨୨: ମହାକାଶରେ ଲଗାତାର ନିଜର ଶକ୍ତି ବଢାଉଥିବା ଚୀନ୍ ଏବେ ଆଉ ଏକ ସଫଳତା ହାସଲ କରିବାକୁ ଯାଉଛି। ନିଜର ମହାକାଶ ଷ୍ଟେସନ୍ ସ୍ଥାପିତ କରିଥିବା ଚୀନ୍ ଏବେ ଶେନ୍ଝୋଉ-୧୫ ମହାକାଶ ଯାନ ଲଞ୍ଚ କରିବାକୁ ଯାଉଛି, ଯାହାକି ସ୍ପେସ୍ ଷ୍ଟେସନ୍ର ଶେଷ ପର୍ଯ୍ୟାୟକୁ ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ନ୍ୟୁଜ୍ ଏଜେନ୍ସି ରଏଟର୍ସର ଏକ ରିପୋର୍ଟ ଅନୁସାରେ, ୨୯ ନଭେମ୍ବରରେ ଚୀନ୍ ରାତି ୧୧ଟା୮ ମିନିଟ୍ରେ ମହାକାଶ ଷ୍ଟେସନ୍ ପାଇଁ ଶେନଝୋଉ-୧୫କୁ ଲଞ୍ଚ କରିବ, ଯେଉଁଥିରେ ତିନୋଟି ମହାକାଶଯାତ୍ରୀ ଯାତ୍ରା କରିବେ। ଏଜେନ୍ସିର କହିବା ଅନୁସାରେ, ମହାକାଶ ଯାନରେ ଜୁନଲଙ୍ଗ, ଦେଙ୍ଗ କିଙ୍ଗମିଙ୍ଗ ଓ ଝାଙ୍ଗ ଲୁରେ ସବାର ହୋଇ ସ୍ପେସ୍ ଷ୍ଟେସନ୍ ପର୍ଯ୍ୟନ୍ତ ଯିବ।
ଉଲ୍ଲେଖନୀୟ ଯେ, ନିକଟରେ ଚୀନ୍ର ଅନ୍ତିମ ଲ୍ୟାବ୍ ମଡ୍ୟୁଲ ‘ମେଙ୍ଗଶନ୍’ ତା’ର ନିର୍ମାଣଧୀନ ମହାକାଶ ଷ୍ଟେସନ୍ରେ ପହଞ୍ଚିଥିଲା। ଏହା ଆମେରିକା ସହିତ ବଢୁଥିବା ପ୍ରତିଯୋଗିତା ଭିତରେ ମହାକାଶରେ ନିଜର ଉପସ୍ଥିତି ବଜାୟ ରଖିବା ପାଇଁ ଚୀନ୍ ଏକ ଦଶକରୁ ଅଧିକ ପୁରୁଣା ଚେଷ୍ଟାର ଅଂଶ। ‘ମେଙ୍ଗଶନ୍’କୁ ଦକ୍ଷିଣ ଦ୍ବୀପ ପ୍ରାପ୍ତ ହେନାନରେ ଭେନଚାଙ୍ଗ ଉପଗ୍ରହ ଉତ୍କ୍ଷେପଣ କେନ୍ଦ୍ରରୁ ପଠାଯାଇଥିଲା। ଏହାକୁ ମହାକାଶ କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିବାରେ ୧୩ ଘଣ୍ଟା ସମୟ ଲାଗିବାର ସମ୍ଭାବନା ଥିଲା।
‘ମେଙ୍ଗଶନ୍’ ବା ‘ସେଲୋଷ୍ଟିୟନ୍ ଡ୍ରୀମ୍ସ’ ଚୀନ୍ର ନିର୍ମାଣଧୀନ ମହାକାଶ ଷ୍ଟେସନ୍ ତିୟାଗୋଙ୍ଗ ପାଇଁ ଦ୍ବିତୀୟ ଲ୍ୟାବ୍ ମଡ୍ୟୁଲ। ଦୁଇଟି ତିୟାହ୍ନେ କୋର ମଡ୍ୟୁଲ ସହିତ ଜଡିତ, ଯେଉଁଠି ମହାକାଶ ଯାତ୍ରୀ ରୁହନ୍ତି ଓ କାମ କରନ୍ତି। ଚୀନ୍ର ସବୁଠାରୁ ବଡ ରକେଟ୍ରେ ସାମିଲ ଲଙ୍ଗ ମାର୍ଚ୍ଚ-୫ ବି ଜରିଆରେ ‘ମେଙ୍ଗଶନ୍’ର ଉତ୍କ୍ଷେପଣ କରାଯାଇଥିଲା। ଚୀନ୍ ମହାକାଶ ଏଜେନ୍ସିର ସୂଚନା ଅନୁସାରେ, ତିୟାଗୋଙ୍ଗରେ ଏବେ ଦୁଇଜଣ ପୁରୁଷ ଜଣେ ମହିଳା ମହାକାଶ ଯାତ୍ରୀ ରହିଛନ୍ତି। ଚେନ୍ ଡୋଙ୍ଗ, କୋଶ ଶୁଝୋ ଓ ଲିୟୁ ୟାଙ୍ଗ ୬ ମାସର ଅଭିଯାନରେ ଜୁନ୍ର ଆରମ୍ଭରୁ ମହାକାଶ ଷ୍ଟେସନ୍ରେ ପହଞ୍ଚିଥିଲା। ସେହି ଷ୍ଟେସନ କାମ ପୁରା କରିବ। ‘ମେଙ୍ଗଶନ୍’ର ଓଜନ ପ୍ରାୟ ୨୩ ଟନ୍, ଉଚ୍ଚତା ୫୮.୭ ଫୁଟ୍ ଓ ଚଉଡା ୧୩.୮ ଫୁଟ ରହିଛି।