ସତ୍ୟଶିଖା (ନୂଆଦିଲ୍ଲୀ) ୧୫/୧୦/୨୦୨୦ : ପୂର୍ବ ଲଦାଖରେ ଭୀଷଣ ଥଣ୍ଡା ଏବେ ଆରମ୍ଭ ହୋଇ ନାହିଁ ମାତ୍ର ଚୀନ ସେନାକୁ ବଡ଼ ଝଟକା ଲାଗିଛି । ପୋଙ୍ଗଙ୍ଗ ହ୍ରଦର ଉତ୍ତର କୂଳରେ ଚୀନ ସେନା ପିଏଲଏକୁ ଜନହିତର କ୍ଷତି ସହିବାକୁ ପଡିଛି । କୁହାଯାଉଛି ଏହି ଇଲାକରେ ରାତିରେ ଏବେଠୁ ଥଣ୍ଡା ହେଉଛି । ଚୀନ ସେନା ଏହି ଥଣ୍ଡାକୁ ସହିପାରୁ ନାହାନ୍ତି ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହା ପୂର୍ବରୁ ଚୀନ ଦାବି କରିଥିଲା ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆଧୁନିକ ବ୍ୟାରେକ ତିଆରି କରିଛି । ଯେଉଁଥିରେ ତାପମାତ୍ରା ସବୁବେଳେ ଗରମ ରହିବ । କେବଳ ଏତିକି ନୁହେଁ ଚୀନ ସୈନିକ ଏଥିରେ ଗାଧୋଇ ମଧ୍ୟ ପାରିବେ ।
ଲଦାଖରେ ଭୀଷଣ ଥଣ୍ଡାରେ ଡ୍ରାଗନ ସେନାଙ୍କ ମୃତ୍ୟୁ
