ଦେଶନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

ଲଦାଖରେ ଭୀଷଣ ଥଣ୍ଡାରେ ଡ୍ରାଗନ ସେନାଙ୍କ ମୃତ୍ୟୁ

ସତ୍ୟଶିଖା (ନୂଆଦିଲ୍ଲୀ) ୧୫/୧୦/୨୦୨୦ : ପୂର୍ବ ଲଦାଖରେ ଭୀଷଣ ଥଣ୍ଡା ଏବେ ଆରମ୍ଭ ହୋଇ ନାହିଁ ମାତ୍ର ଚୀନ ସେନାକୁ ବଡ଼ ଝଟକା ଲାଗିଛି । ପୋଙ୍ଗଙ୍ଗ ହ୍ରଦର ଉତ୍ତର କୂଳରେ ଚୀନ ସେନା ପିଏଲଏକୁ ଜନହିତର କ୍ଷତି ସହିବାକୁ ପଡିଛି । କୁହାଯାଉଛି ଏହି ଇଲାକରେ ରାତିରେ ଏବେଠୁ ଥଣ୍ଡା ହେଉଛି । ଚୀନ ସେନା ଏହି ଥଣ୍ଡାକୁ ସହିପାରୁ ନାହାନ୍ତି ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହା ପୂର୍ବରୁ ଚୀନ ଦାବି କରିଥିଲା ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆଧୁନିକ ବ୍ୟାରେକ ତିଆରି କରିଛି । ଯେଉଁଥିରେ ତାପମାତ୍ରା ସବୁବେଳେ ଗରମ ରହିବ । କେବଳ ଏତିକି ନୁହେଁ ଚୀନ ସୈନିକ ଏଥିରେ ଗାଧୋଇ ମଧ୍ୟ ପାରିବେ ।ସୂତ୍ର ଅନୁସାରେ ଏକ ସପ୍ତାହ ହେବ ଏଲଏସିରେ ବଡ଼ ସଂଖ୍ୟାରେ ପିଏଲଏ ସୈନିକଙ୍କ ମୃତ ଦେହ ଉଦ୍ଧାର କରାଯାଉଛି । ଏହା ସହ ଅସୁସ୍ଥ ସେନୖକଙ୍କୁ ନିକଟସ୍ଥ ଅସ୍ଥାୟୀ କେନ୍ଦ୍ରକୁ ନିଆଯାଉଥିବା ଦେଖାଯାଇଛି । ୧୫ ହଜାରରୁ ୧୬ ହଜାର ଫୁଟ ଭାଗରେ ଭାରତ ଓ ଚୀନ ସୈନିକ ଏବେ ସୁଦ୍ଧା ମହଜୁଦ ରହିଛନ୍ତି । ପିଏଲଏ ନିକଟସ୍ଥ ପ୍ରାୟ ୫ ହଜାର ସୈନିକ ପୋଙ୍ଗଙ୍ଗର ଉତ୍ତର କୂଳରେ ଅଛନ୍ତି । ସୂଚନାଯୋଗ୍ୟ ମେ ମାସରୁ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏବେ ଏ କଥା ଇସାରା କରୁଛି ଯେ ପିଏଲଏର ପଛକୁ ହଟିବାରେ ଏମାାନଙ୍କର କୌଣସି ଉଦ୍ଦେଶ୍ୟ ନାହିଁ । ରୋଟେସନ ନିୟମରେ ପିଏଲଏ ଯବାନଙ୍କୁ ଫରଓ୍ବାର୍ଡ ଇଲାକାରେ ମୁତୟନ କରାଯାଇଛି ।

Show More
Back to top button