ଡାକ୍ତର ରମାରମଣ ମହାନ୍ତି ହେଲେ ନୂଆ ଡିଏମଇଟି

ସତ୍ୟଶିଖା(ଭୁବନେଶ୍ୱର )୩୦.୧୦ .୨୦୨୧:  ରାଜ୍ୟ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ(ଡିଏମଇଟି) ନିର୍ଦ୍ଦେଶକ ଭାବେ ଡାକ୍ତର ରମାରମଣ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଆସନ୍ତା ୩୧ ତାରିଖରେ ଚାକିରିରୁ ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ରମାରମଣଙ୍କୁ ନିଯୁକ୍ତି ମିଳିଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ବାରିପଦାସ୍ଥି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଇନଚାର୍ଜ ପ୍ରିନ୍ସିପାଲ ପ୍ରଫେସର ଡାକ୍ତର ରମାରମଣ ମହାନ୍ତିଙ୍କୁ ରାଜ୍ୟ ଡିଏମଇଟି ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେ ୩୧ତାରିଖ ଅପରାହ୍ନରୁ ଏହି ଦାୟିତ୍ୱ ତୁଲାଇବେ।

ସୂଚନାଯୋଗ୍ୟ, ଡାକ୍ତର ସିବିକେ ମହାନ୍ତି ୨୦୧୯ ନଭେମ୍ବର ୪ତାରିଖରେ ରାଜ୍ୟ ଡିଏମଇଟି ଭାବେ ନିଯୁକ୍ତି ପାଇଥିଲେ। ଆସନ୍ତା ୩୧ତାରିଖରେ ସେ ସରକାରୀ ଚାକିରିରୁ ଅବସର ନେବେ।

Exit mobile version