ଆଜି ହେରା ପଞ୍ଚମୀ,ଗୁଣ୍ଡିଚା ମନ୍ଦିର ଯିବେ ମହାଲକ୍ଷ୍ମୀ


ପୁରୀ (ସତ୍ୟଶିଖା): ଆଜି ହେରା ପଞ୍ଚମୀ। ବିଧି ପରମ୍ପରା ପୂର୍ବକ ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ଆଜି ସନ୍ଧ୍ୟା ଆଳତି ପରେ ବିମାନ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ।
ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତି ମହାପାତ୍ର ସେବାୟତ କର୍ପୂର ବନ୍ଦାପନା, ବଳିତା ବନ୍ଦାପନା ଓ ଚାଉଳ ବନ୍ଦାପନା କରିବେ। ଗୁଣ୍ଡିଚା ମନ୍ଦିରକୁ ଗଲାବେଳେ ମହାପ୍ରଭୁଙ୍କଠାରୁ ମୁଖଚୁମ୍ବିତ ଅଧରମାଳା ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବ।
ଆହୁରି ପଢ଼ନ୍ତୁ
ମହାଲକ୍ଷ୍ମୀଙ୍କ ଆଗମନ ଖବର ପହଞ୍ଚିବା ପରେ ମହାପ୍ରଭୁ ଗତକାଲି ବନକଲାଗି ହୋଇଛନ୍ତି । ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା କସ୍ତୁରୀ, ହିଙ୍ଗୁଳ, ହରିତାଳ, ଶଙ୍ଖ, ଦୀପ କଳା ଆଦି ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇ ଶୃଙ୍ଗାର କରାଯାଇଥିଲା। ଏଥିସହ ଆଜିଠାରୁ ଆରମ୍ଭ ହେବ ବାହୁଡା ଯାତ୍ରାର ପ୍ରସ୍ତୁତି। ତିନିରଥକୁ ଦକ୍ଷିଣମୋଡ କରାଯାଇ ନାକଚଣା ଦ୍ୱାରକୁ ନିଆଯିବ। ଏଥିପାଇଁ ଏକ ହଜାର ପୁଲିସ୍ କର୍ମଚାରୀ ନିୟୋଜିତ ହେବେ ।
ଆହୁରି ପଢ଼ନ୍ତୁ
[ad_2]