ସତ୍ୟଶିଖା (ଭୁବନେଶ୍ୱର) ୩୧/୧୨/୨୦୨୦ : ଜାନୁଆରୀରୁ କଡ଼ାକଡ଼ା ଟ୍ରାଫିକ ଚେକିଂ । ବାଇକ୍ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଆସନ୍ତାକାଲି ଠାରୁ ରାଜଧାନୀରେ କଡାକଡି ହେବ ଟ୍ରାଫିକ୍ ନିୟମ । ବାଇକ୍ ରେ ଯାଉଥିଲେ ଦୁଇ ଜଣ ହେଲମେଟ୍ ପିନ୍ଧିବା ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ । ଏପିରିକି ଆସନ୍ତାକାଲିଠାରୁ ଗାଡିର କାଗଜପତ୍ର ମଧ୍ୟ ଯାଞ୍ଚ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
ବାଇକ୍ରେ ଡବଲ ଆରୋହୀ-ଡବଲ ହେଲ୍ମେଟ୍
