
ସତ୍ୟଶିଖା (ଭୁବନେଶ୍ୱର) ୩୧/୧୨/୨୦୨୦ : ଜାନୁଆରୀରୁ କଡ଼ାକଡ଼ା ଟ୍ରାଫିକ ଚେକିଂ । ବାଇକ୍ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଆସନ୍ତାକାଲି ଠାରୁ ରାଜଧାନୀରେ କଡାକଡି ହେବ ଟ୍ରାଫିକ୍ ନିୟମ । ବାଇକ୍ ରେ ଯାଉଥିଲେ ଦୁଇ ଜଣ ହେଲମେଟ୍ ପିନ୍ଧିବା ନିୟମକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ । ଏପିରିକି ଆସନ୍ତାକାଲିଠାରୁ ଗାଡିର କାଗଜପତ୍ର ମଧ୍ୟ ଯାଞ୍ଚ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।ପୂର୍ବରୁ ମଧ୍ୟ ମନ୍ତ୍ରୀ ଏହି ଆଇନ୍ ସଂପର୍କରେ କହିଥିଲେ କି, ଏହି ଆଇନ ୨୦୧୯ ମସିହାରୁ ପାସ୍ ହେଲାଣି । କିନ୍ତୁ କରୋନା ମହାମାରୀ ପାଇଁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଯଦି ବାଇକ୍ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧି ନଥିବେ ତେବେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ । ଜନସାଧାରଣଙ୍କ ଜନ ଜୀବନ ସୁରକ୍ଷା ଦାୟିତ୍ବ ସରକାରଙ୍କ ଲକ୍ଷ୍ୟ । ଏବେ ଲୋକ ସଚେତନ ହେଲେଣି । ସମସ୍ତେ ସଚେତନ ହେବେ । ଏଣିକି ଜୋରଦାର ଚେକିଂ ହେବ ।