ଜୀବନମନ୍ତ୍ର

ଆପଣଙ୍କ ପାଖରେ ବି ଆରାମ କରିବାକୁ ଯଥେଷ୍ଟ ସମୟ ନାହିଁ କି ? ଥକାପଣ ଦୂର କରିବାକୁ ସେବନ କରନ୍ତୁ ଏହିସବୁ ଜିନିଷ l

ସତ୍ୟଶିଖା (ଭୁବନେଶ୍ୱର)  ୭ .୦୯.୨୦୨୦ : ସାଧାରଣତଃ ମଣିଷର ମୁହଁର ରଙ୍ଗ ଓ ତ୍ୱଚା ଜାହିର କରିଦିଅ ଯେ ସେ ହାଲିଆ ହୋଇଯାଇଛନ୍ତି | ହାଲିଆ ହୋଇଥିବା ଲୋକଙ୍କ ଆଖି ଚାରିପାଖରେ କଳା ଘେରା ହୋଇଯାଏ | କିନ୍ତୁ ଭଲ ନିଦ ହେବାପରେ ଥକାପଣ ଦୂର ହୋଇଥାଏ | କିନ୍ତୁ ଯଦି ଆପଣଙ୍କ ପାଖେ ଆରାମ କରିବାକୁ ଯଥେଷ୍ଟ ସମୟ ନାହିଁ ଏବଂ ଆପଣ ଫ୍ରେଶ ରହିବାକୁ ଚାହୁଁଛନ୍ତି ତାହେଲେ ସଠିକ ଆହାର ମଧ୍ୟ ବିକଳ୍ପ ହୋଇପାରେ | ଜାଣନ୍ତୁ କିଭଳି ଆହାର ଆପଣଙ୍କୁ ଫ୍ରେସ ରଖିବା ଓ ଥକାପଣ ଦୂର କରିବ |

ଗ୍ରୀନ ଟି – ଗ୍ରୀନ ଟି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର | ଗ୍ରୀନ ଟ୍ରି ସେବନ କରିବା ଦ୍ୱାରା ଆପଣଙ୍କ ତ୍ୱଚା ସବୁବେଳେ ସୁସ୍ଥ ରହିବ | ଗ୍ରୀନ ଟି ପଲିଫେନଲ ରହିଛି ଯାହା ତ୍ୱଚାର କୋଷକୁ ପୁଣି ସକ୍ରିୟ କରିଥାଏ | ଫଳରେ ତ୍ୱଚାର ଯୌବନ ଫେରି ଆସିଥାଏ | ଏହା ରିଂକଲ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ |

ସାଲମନ ମାଛ – ସାଲମନ ମାଛରେ ଅନେକ ମାତ୍ରାରେ ପୋଷାକ ତତ୍ୱ ରହିଛି | ଏହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକାରକ | ଏହା ତ୍ୱଚାର ସୁଜନ କମ କରି ସ୍ଥିତି ସୁଧାରିଥାଏ | ସାଲମନ ମାଛ ସେବନ ଦ୍ୱାରା ଶରୀରର ହାଇଡ୍ରେଟେଡ଼ ମାତ୍ରା ବୃଦ୍ଧି ପାଇଥାଏ |

ଓ଼ମେଗା  – ଓ଼ମେଗା ୩ ଫେଟି ଏସିଡରେ ମ୍ୟାଗନେସିୟମ ଭଳି ପୋଷାକ ତତ୍ୱ ରହିଛି ଯାହା ତ୍ୱଚାରେ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରିଥାଏ | ଫଳରେ ତ୍ୱଚା ସୁସ୍ଥ ଓ ସୁନ୍ଦର ହୋଇଥାଏ | ଅଧିକ ପରିମାଣରେ ପାଣି ପିଇଲେ ତ୍ୱଚା ସବୁବେଳେ ହାଇଡ୍ରେଟେଡ଼ ରହେ | ତ୍ୱଚାକୁ ସୁନ୍ଦର ଓ ହାଇଡ୍ରେଟେଡ଼ ରଖିବା ପାଇଁ ଆବଶ୍ୟକୀୟ ପରିମାଣର ପାଣି ପିଇବା ନିହାତି ଜରୁରୀ | ହାଇଡ୍ରେଟେଡ଼ ରହିଲେ ଅଧିକ ଆକର୍ଷଣୀୟ ଓ ଫ୍ରେଶ ଦେଖାଯାନ୍ତି |

ଅଖରୋଟବାଦାମ ଅଖରୋଟ ଓ ବାଦାମରେ ଭିଟାମିନ-ଇ ରହିଛି | ୩୦ ଗ୍ରାମ ବାଦାମ ମଣିଷ ଶରୀରର ଗୋଟିଏ ଦିନର ୭୦ ପ୍ରତିଶତ ଆବଶ୍ୟକତାକୁ ପୁରା କରିଥାଏ | ଅଖରୋଟରେ ଭରପୁର ମାତ୍ରାରେ ଓ଼ମେଗା ୩ ଫେଟି ଏସିଡ ଓ ଭିଟାମିନ-ଇ ରହିଥାଏ | ପ୍ରତିଦିନ ଅଖରୋଟ ଖାଇଲେ ତ୍ୱଚା ଚମକଦାର ଓ ଆକର୍ଷଣୀୟ ହୋଇଥାଏ |

ପାଳଙ୍ଗ ଶାଗ – ପାଳଙ୍ଗ ଶାଗରେ ଭିଟାମିନ-ଏ ଓ ଭିଟାମିନ-ସି ଭରପୁର ମାତ୍ରାରେ ରହିଛି | ଏହା ତ୍ୱଚାକୁ ସୁନ୍ଦର ଓ ଆକର୍ଷଣୀୟ କରିବା ସହ ରିଂକଲ ଫ୍ରି କରିବାରେ ସାହାଯ୍ୟ କରିଥାଏ | ବାୟୁ ପ୍ରଦୂଷଣ ଯୋଗୁଁ ଶରୀରରେ ସୃଷ୍ଟି ହେଉଥିବା ମଇଳା ମଧ୍ୟ ସଫା କରିବାରେ ସାହାଯ୍ୟ କରିଥାଏ |

Show More
Back to top button