ଦେଖିଥିବା ସ୍ୱପ୍ନ କାହାକୁ କହୁଛନ୍ତି କି?


ସତ୍ୟଶିଖା(ଭୁବନେଶ୍ୱର )୨୦.୦୯ . ୨୦୨୨: ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ । ଫଳରେ ବ୍ୟକ୍ତି ଶୋଇ ପାରିନଥାଏ । ଛୋଟ ପିଲାଙ୍କୁ ଯଦି ଖରାନ ସ୍ୱପ୍ନ ଆସେ ସେମାନେ ହଡବଡ ଭାବେ ନିଦରୁ ଉଠି ପଡ଼ିଥାନ୍ତି ।
କିଛି ଏମିତି ସ୍ୱପ୍ନ ଅଛି ଯାହାକୁ ଦେଖିଲେ ବହୁତ ଶୁଭ ହୋଇଥାଏ । ତେବେ ଏହି ସବୁ ସ୍ୱପ୍ନକୁ ଅଣଦେଖା ନକରି ଯଦି ଏହାର ଅର୍ଥ ବୁଝିବେ ଏହାର ଲାଭ ଆପଣ ଉଠାଇ ପାରିବେ ।ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, କିଛି ଏମିତି ସ୍ୱପ୍ନ ରହିଛି,ଯାହାକୁ କାହା ଆଗରେ କହିବା କଥା ନୁହେଁ । କାରଣ ଏହାକୁ ଅନ୍ୟ ଆଗରେ ପ୍ରକାଶକଲେ ମିଳିବାକୁ ଥିବା ଶୁଭ ପରିଣାମ କମିଯାଇଥାଏ । ଆସନ୍ତୁ ଜାଣିବା କ’ଣ ସେହି ସ୍ୱପ୍ନ ।
ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ ଏହି ସ୍ୱପ୍ନ :
ସ୍ୱପ୍ନରେ ରୁପା ପୂର୍ଣ୍ଣ କଳସ ଦେଖାଯିବା
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଯଦି କେହି ବ୍ୟକ୍ତି ସ୍ୱପ୍ନରେ ରୁପା ଗହଣା ଭରପୁର କଳସ ଦେଖିନ୍ତି, ତେବେ ଏପରି ସ୍ୱପ୍ନକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ । ନଚେତ ଏହାର ଶୁଭ ଫଳ କମିଯିବ । ରୁପା ଗହଣା ପୂର୍ଣ୍ଣ କଳସ ସ୍ୱପ୍ନରେ ଦେଖିଲେ ଆସନ୍ତା ଦିନରେ ଆପଣଙ୍କ ସବୁ ବାଧା ଦୂର ହେବ ।
ସ୍ୱପ୍ନରେ ଫୁଲ ବଗିଚା ଦେଖିବା
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ସ୍ୱପ୍ନରେ ଫୁଲ ବଗିଚା କିମ୍ବା ପ୍ରକୃତି ସହ ଜଡିତ କିଛି ଅନ୍ୟ ଜିନିଷ ଯେପରି ନଦୀ, ପାହାଡ, ଗଛ ଲତା ଦେଖନ୍ତି । ଏହାର ଅର୍ଥ ଆଗମୀ ଦିନରେ କିଛି ଖୁସି ଖବର ମିଳିପାରେ । ସ୍ୱପ୍ନ ସମ୍ପର୍କରେ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ,ନଚେତ ଏହାର ଶୁଭତ୍ୱ କମିଯିବ ।
ସ୍ୱପ୍ନରେ ମାଛ ଦେଖିବା
ଯଦି ସ୍ୱପ୍ନରେ ମାଛ ପହଁରୁଥିବା ଦେଖିବେ କିମ୍ବା ନିଜେ କି ଅନ୍ୟ କେହି ମାଛ ଧରିଥିବା ଦେଖିବେ, ତେବେ ଏହା ଶୁଭ ପରିଣାମ ପାଇବାର ସଂକେତ । ଏମିତି ସ୍ୱପ୍ନ ଅଚାନକ ଧନ ପ୍ରାପ୍ତିର ସୂଚାନ ଦେଇଥାଏ । ସ୍ୱପ୍ନ ସମ୍ପର୍କରେ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ,ନଚେତ ଏହାର ଶୁଭତ୍ୱ କମିଯିବ ।