ଜୀବନମନ୍ତ୍ର

ଘର ଆଗରେ ଭୁଲରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ : ନଚେତ୍ ଭୋଗିବେ ପାରିବାରିକ ସମସ୍ୟା l

ସତ୍ୟଶିଖା ୨୯ .୦୮.୨୦୨୦ :  ବାସ୍ତୁଶାସ୍ତ୍ର ଅନୁଯାୟୀ, ଘର ଆଗରେ କିଛି ଜିନିଷ ରହିଲେ ଅଶୁଭ ହୁଏ । ତେବେ ଆସନ୍ତୁ ଜାଣିବା ଘର ଆଗ ତଥା ଆଖପାଖରେ କ’ଣ ରଖିବେ ନାହିଁ ।

୧.କଣ୍ଟାଯୁକ୍ତ ଗଛ : ଘର ଆଗରେ କଣ୍ଟାଯୁକ୍ତ ଗଛ ଯେପରି ସିଜୁ, ଲେମ୍ବୁ, ଆଲୋଭେରା, କାକ୍‌ଟସ୍‌ ଆଦି ଥିଲେ ଶତ୍ରୁ ବଢ଼ିଥାନ୍ତି । ଏହାର ପ୍ରଭାବରେ ପାରିବାରିକ ଜୀବନରେ ମତଭେଦ ବଢ଼େ ଓ ଘର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୁଏ ।

୨.କ୍ଷୀର ବାହାରୁଥିବା ଗଛ : ଘର ଆଗରେ କ୍ଷୀର ବାହାରୁଥିବା ଗଛ ଯେପରି ଡିମିରି, ସିଜୁ ଆଦି ଥିଲେ ଘର ଲୋକଙ୍କ ମଧ୍ୟରେ ବିବାଦ ବଢ଼େ । ଯେତେ ଟଙ୍କା ଆୟ ହେଉଥିଲେ ବି ନିଅଣ୍ଟ ହୁଏ ।

୩.ଘର ଆଗ ତଳୁଆ : ଘର ଆଗ ସର୍ବଦା ରାସ୍ତା ଠାରୁ ଉଚ୍ଚା ରହିବା ଦରକାର । ରାସ୍ତା ଠାରୁ ଘର ଆଗ ତଳୁଆ  ରହିଲେ ବାସ୍ତୁ ଦୋଷ ଲାଗି ରହେ । ଏହା ଯୋଗୁଁ ଘର ଲୋକଙ୍କଠାରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଏ ।

୪.ଡଷ୍ଟବିନ୍ :‌ ଘର ଆଗରେ ଅଳିଆ ଗଦା କରିବା କିମ୍ବା ଡଷ୍ଟବିନ୍‌ ରଖି ଅଳିଆ ରଖିବା ଦ୍ୱାରା ଘର ଭିତରକୁ ନକରାତ୍ମକ ଶକ୍ତି ପ୍ରବେଶ କରେ । ଏହାଦ୍ୱାରା ଘର ଲୋକଙ୍କ ସ୍ୱଭାବ ଓ ସ୍ୱାସ୍ଥ୍ୟ ଖରାପ ହୁଏ ।

୫.ବଡ଼ ଗଛ : ବାସ୍ତୁ ଅନୁସାରେ ଘରଠାରୁ ଉଚ୍ଚ ଗଛ ଦୁଃଖ ବଢ଼ାଏ । ଘରେ ସର୍ବଦା ସମସ୍ୟା ଲାଗି ରହେ ।

Show More
Back to top button