କୋମଳ ଓ ସୁନ୍ଦର ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଏହି ସ୍କ୍ରବ

ସତ୍ୟଶିଖା ୨୩/୦୧/୨୦୨୧ :
ତ୍ୱଚାରେ ସ୍କ୍ରବର ବ୍ୟବହାର କରିବା ଦ୍ୱାରା ମୁହଁ କୋମଳ ହେବା ସହ ଚମକ ବୃଦ୍ଧି ପାଇଥାଏ । ବଜାରରେ ବିଭିନ୍ନ ପ୍ରକାର ସ୍କ୍ରବ ବିକ୍ରି ହୋଇଥାଏ । ମାତ୍ର ଆପଣ ଘରୋଇ ଉପାୟରେ ମଧ୍ୟ ସ୍କ୍ରବ ପ୍ରସ୍ତୁତ କରି ପାରିବେ। ଜାଣନ୍ତୁ….
୧- ବନାନା ସ୍କ୍ରବ
ପ୍ରଥମେ କଦଳୀକୁ ଭଲ ଭାବେ ଚକଟି ଏଥିରେ ସାମାନ୍ୟ ପାଣି ଓ ମହୁ ମିଶାନ୍ତୁ । ଏହି ମିଶ୍ରଣକୁ ନିଜ ମୁହଁ ଓ ହାତରେ ଲଗାଇ ୧ହ ମିନିଟ ମାଲିସ କରନ୍ତୁ । ଏହାପରେ ମୁହଁକୁ ଧୋଇ ଦିଅନ୍ତୁ ।
୨- ଦହି ଓ ଅମୃତଭଣ୍ଡା – ପାଚିଲା ଅମୃତଭଣ୍ଡାକୁ ଭଲ ଭାବେ ଚକଟିଏଥିରେ ଦହି, ସାମାନ୍ୟ ଲେମ୍ବୁ ରସ, ଏକ ଚାମଚ ମହୁ ମିଶାଇ ସ୍କ୍ରବ ପ୍ରସ୍ତୁତ କରନ୍ତୁ । ୧୦ ମିନିଟ ମୁହଁରେ ଭଲରେ ମାଲିସ କରି କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ ।
୩- ଓଟସ୍ ଓ ଟମାଟୋ ସ୍କ୍ରବ
ଓଟସ୍ କୁ ସାମାନ୍ୟ ପେଷି କଟା ଟମାଟୋରେ ଏହି ଓଟସ୍ କୁ ରଖି ମୁହଁରେ ଭଲ ଭାବେ ମାଲିସ କରନ୍ତୁ । ଏହା ମୁହଁର ବିଭିନ୍ନ ଦାଗ ଦୂର ସହ ମୁହଁକୁ କୋମଳ କରିଥାଏ ।୪-ମହୁ, କମଳା ସ୍କ୍ରବ –
୨ ଚାମଚ କମଳା ଚୋପା ଗୁଣ୍ଡରେ, ୨ ଚାମଚ ଓଟସ, ୧ ଚାମଚ ମହୁ, ସାମାନ୍ୟ ପାଣି ମିଶାନ୍ତୁ । ଏହାକୁ ମୁହଁରେ ଭଲ ଭାବେ ମାଲିସ କରନ୍ତୁ । କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ ।