ସତ୍ୟଶିଖା : ଭଗବାନ ଶିବଙ୍କ ପ୍ରିୟ ଶ୍ରାବଣ ମାସର ପ୍ରଥମ ଶନିବାରର ଅତ୍ୟନ୍ତ ମହତ୍ତ୍ବ ଥାଏ। ଶ୍ରାବଣ ମାସର ପ୍ରଥମ ଶନିବାର କିଛି ବିଶେଷ କାର୍ଯ୍ୟ କରିବା ବର୍ଜିତ ହୋଇଥାଏ। ଯଦି ଶନିବାର ଦିନ ଏସବୁ ନଜରଅନ୍ଦାଜ କରାଯାଇଥାଏ ତେବେ ଶନି ଦେବତା ମନୁଷ୍ୟଙ୍କୁ ବରବାଦ କରି ଦେଇଥାନ୍ତି। ଆସନ୍ତୁ ଜାଣିବା ଏହି ଦିନ କ’ଣ କ’ଣ କାମ କରିବା ଅନୁଚିତ୍।
୧. ଶ୍ରାବଣ ମାସର ପ୍ରଥମ ଶନିବାର ଘରେ ଲୁହା ଜିନିଷ ଆଣନ୍ତୁ ନାହିଁ। ଶନିଙ୍କ ବିଶେଷ କାଳରେ ଲୁହାର ବସ୍ତୁ କିଣିବା ଦ୍ବାରା ଶନି ଦେବତା ରାଗି ଯାଆନ୍ତି ଏବଂ ତାଙ୍କ ଖରାପ ନଜର ଆପଣଙ୍କୁ କାଙ୍ଗାଳ କରି ଦେଇପାରେ।
୨.ଶ୍ରାବଣ ମାସର ପ୍ରଥମ ଶନିବାର ତେଲ ଦାନ କରିବା ଉଚିତ୍ ଏବଂ ତେଲ କିଣିବା ଅନୁଚିତ୍। ଜ୍ୟୋତିଷ ଅନୁସାରେ ଶନିବାର ସୋରିଷ ତେଲ କିମ୍ବା କୌଣସି ପଦାର୍ଥର ତେଲ କିଣିବା ଦ୍ବାରା ମନୁଷ୍ୟ ରୋଗଗ୍ରସ୍ତ ହେବାକୁ ଲାଗିଥାଏ।
୩. ଶନିବାର ଲୁଣ ନ କିଣି ଅନ୍ୟ ଦିନ କିଣନ୍ତୁ। ଶନିବାର ଲୁଣ କିଣିବା ଦ୍ବାରା କରଜ ବଢ଼ିବା କିମ୍ବା କରଜ କରିବାର ସମ୍ଭାବନା ଥାଏ।
୪. ଶ୍ରାବଣ ମାସର ପ୍ରଥମ ଶନିବାର କଇଁଚି କିଣିଲେ ଏହା ସମ୍ପର୍କରେ ଅଶାନ୍ତି ଆଣିଥାଏ। ଏଥିପାଇଁ ଯଦି ଆପଣଙ୍କୁ କଇଁଚି କିଣିବାର ଥାଏ ତେବେ ଶନିବାର ବ୍ୟତୀତ ଅନ୍ୟ ଦିନ ମଧ୍ୟ କିଣି ପାରିବେ। ଏହି ଦିନ ଘରେ କଇଁଚି ବ୍ୟବହାର କରନ୍ତୁ ନାହିଁ।
୫. ଶ୍ରାବଣର ପ୍ରଥମ ଶନିବାର ଚମଡ଼ା ବସ୍ତୁ କିଣନ୍ତୁ ନାହିଁ। ଖାସ୍ କରି ଚମଡ଼ାରେ ପ୍ରସ୍ତୁତ କଳା ଜୋତା,ପର୍ସ କିମ୍ବା ବେଲ୍ଟ୍ ଘରକୁ କିଣି ଆଣନ୍ତୁ ନାହିଁ।
୬.ଏହି ଦିନ କାଚର ବସ୍ତୁ କିଣିବା ବର୍ଜିତ ହୋଇଥାଏ। ଅର୍ଥାତ୍ ଏହି ଦିନ ବଜାରରୁ କାଚ ବସ୍ତୁ କିଣି ଘରକୁ ଆଣିବା ଅନୁଚିତ୍। ଏପରି କରିବା ଦ୍ବାରା ଶନି ଦେବତା ରାଗି ଯାଇଥାନ୍ତି।
୭. ଶନି ଜୟନ୍ତୀ ଦିନ ପବିତ୍ର ଗଛ ଯେପରିକି ତୁଳସୀ,ଦୁବ,ବେଲ ପତ୍ର,ଓସ୍ତର ପତ୍ର ତୋଳିବା ଅନୁଚିତ୍। ଏପରି କରିବା ଦ୍ବାରା ଶନି ପ୍ରକୋପ ଆପଣଙ୍କୁ ଘେରି ପାରେ।
୮. ଏହି ଦିନ ଟଙ୍କା ନେଣ ଦେଣ କରିବା ଅନୁଚିତ୍। କୌଣସି ବ୍ୟକ୍ତିଙ୍କଠୁ କରଜ ନେଇ ଟଙ୍କା ଘରକୁ ଆଣନ୍ତୁ ନାହିଁ। ମିଛ କହିବା,କ୍ରୋଧ କରିବା ଏବଂ କାହା ସମ୍ପତ୍ତି କବଜା କରିବା ଅନୁଚିତ୍।
୯. ଶନି ଦେବତାଙ୍କୁ ଗରିବ ଏବଂ ଅସହାୟ ବ୍ୟକ୍ତିଙ୍କ ରକ୍ଷକ କୁହାଯାଇଥାଏ। ଗରିବ ଏବଂ ଅସହାୟ ଲୋକଙ୍କୁ ହଇରାଣ କିମ୍ବା ଅପମାନିତ କରୁଥିବା ବ୍ୟକ୍ତି ଶନିଙ୍କ ନଜରରେ ଦଣ୍ଡର ପାତ୍ର ହୋଇଥାଏ। ଏଥିପାଇଁ ଏପରି କାମ କରନ୍ତୁ ନାହିଁ।
୧୦. ଶ୍ରାବଣ ମାସର ପ୍ରଥମ ଶନିବାର ଭୁଲରେ ମଧ୍ୟ କେଶ କାଟନ୍ତୁ ନାହିଁ,ନଖ କାଟନ୍ତୁ ନାହିଁ । ଏହି ଦିନ ଦିନବେଳା ଶୁଅନ୍ତୁ ନାହିଁ। ଏପରି କରିବା ଦ୍ବାରା ଶନି ଆପଣଙ୍କ ଆର୍ଥିକ କ୍ଷେତ୍ରରେ ବାଧକ ସାଜିଥାନ୍ତି।