ଖାଦ୍ୟଜୀବନମନ୍ତ୍ରସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

ଭୁଲରେ ବି ଖାଲି ପେଟରେ ଖାଆନ୍ତୁ ନାହିଁ କଦଳୀ

ସତ୍ୟଶିଖା ୧୪/୧୦/୨୦୨୦ : କଦଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଅନେକ ପୋଷକ ତତ୍ତ୍ବ ମିଳିଥାଏ,ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଶରୀରରେ କ୍ଷୁଧା ନିବାରଣ କରିଥାଏ ଏବଂ ଚର୍ବି କମ୍ କରିଥାଏ । କାରଣ ଏଥିରେ ସ୍ୱାସ୍ଥ୍ୟକର ଫ୍ୟାଟ୍ ଥାଏ ଯାହା ଆମ ଶରୀରରେ ଜମିନଥାଏ ଏବଂ ଓଜନ ବଢ଼ାଇଥାଏ କିନ୍ତୁ ମେଦବହୁଳତାକୁ କମ୍ କରିଥାଏ । ବାସ୍ ଏହାକୁ ଖାଇବାର ଠିକ୍ ଉପାୟ ଏବଂ ସମୟ ଜଣାଥିବା ଆବଶ୍ୟକ । ଅଧିକାଂଶ ଲୋକେ ସକାଳେ ଅଫିସ୍ ଯିବା ଜଲଦିରେ ଖାଲି ପେଟରେ କଦଳୀ ଖାଇ ଦେଇଥାନ୍ତି । ବିଶେଷଜ୍ଞଙ୍କ ମତରେ ଖାଲି ପେଟରେ କଦଳୀ ଖାଇବା ଅନୁଚିତ୍ । ଏହା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ । କଦଳୀରେ ପୋଟାସିୟମ୍,ଫାଇବର ଏବଂ ମ୍ୟାଗ୍ନେସିୟମ ଭରପୂର ମାତ୍ରାରେ ଥାଏ କିନ୍ତୁ ଏହା ସହ କଦଳୀ ଏସିଡଯୁକ୍ତ ହୋଇଥାଏ ଏବଂ ବିଶେଷଜ୍ଞମାନେ କହିଥାନ୍ତି ଯେ ଖାଲି ପେଟରେ ଏସିଡଯୁକ୍ତ ଖାଦ୍ୟ ପଦାର୍ଥ ସେବନ କରିବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ । ଏଥିପାଇଁ ଖାଲି ପେଟରେ ଜମା କଦଳୀ ଖାଆନ୍ତୁ ନାହିଁ ।କଦଳୀରେ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ୍ ଅଧିକ ମାତ୍ରାରେ ଥାଏ ଏଥିପାଇଁ ଯଦି ଖାଲି ପେଟରେ ଏହା ସେବନ କରାଯାଏ ତେବେ ରକ୍ତରେ ଏହି ଦୁଇଟି ପୋଷକ ତତ୍ତ୍ବର ବହୁଳତା ହୋଇପାରେ,ଯାହା ଦ୍ୱାରା ହୃଦ୍ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ । ଏଥିପାଇଁ ଖାଲି ପେଟରେ କଦଳୀ ଖାଇବା ପୂର୍ବରୁ ଥରେ ଭଲ ଭାବେ ବିଚାର କରି ନିଅନ୍ତୁ । ଯଦି ଆପଣ ଭାବୁଛନ୍ତି ଯେ କଦଳୀ ଖାଇବା ଦ୍ୱାରା ଆପଣଙ୍କୁ ଦିନସାରା ଶକ୍ତି ମିଳିବ ତେବେ ଆପଣ ଠିକ୍ ଭାବୁଛନ୍ତି କିନ୍ତୁ ଖାଲି ପେଟରେ ଖାଇବା ଅନୁଚିତ୍ କାରଣ ଖାଲି ପେଟରେ କଦଳୀ ଖାଇବା ଦ୍ୱାରା ଆପଣଙ୍କୁ ତୁରନ୍ତ ଶକ୍ତି ମିଳିବ କିନ୍ତୁ ଏହା ଅସ୍ଥାୟୀ ହେବ । ଆପଣଙ୍କୁ ଖୁବ୍ ଶୀଘ୍ର ଥକ୍କାପଣ ଏବଂ ଆଳସ୍ୟ ଅନୁଭବ ହେବ ଏବଂ ପୁଣି ଥରେ ଭୋକ ଲାଗିବ ।ଏହା ପରେ ଆପଣଙ୍କୁ ଓଭରଇଟିଂ ସମସ୍ୟା ମଧ୍ୟ ହୋଇପାରେ। ଏଥିପାଇଁ ଭଲ ହେବ ଯେ ଆପଣ ସକାଳେ ଜଳଖିଆରେ କଦଳୀ ସାମିଲ କରନ୍ତୁ,କିନ୍ତୁ ଖାଲି ପେଟରେ ଜମା ଖାଆନ୍ତୁ ନାହିଁ । ଅଧିକାଂଶ ଲୋକେ ରାତିରେ ଶୋଇବା ପୂର୍ବରୁ କଦଳୀ ଖାଇଥାନ୍ତି କିନ୍ତୁ ଏପରି କରିବା ଅନୁଚିତ୍ କାରଣ ରାତିରେ କଦଳୀ ଖାଇବା ଦ୍ୱାରା ଆପଣ ରୋଗରେ ପଡ଼ି ପାରନ୍ତି ।ଏହା ଦ୍ୱାରା ଆପଣଙ୍କୁ କାଶ ହୋଇପାରେ ।

Show More
Back to top button