ସତ୍ୟଶିଖା (ନୂଆଦିଲ୍ଲୀ) ୩୦/୦୯/୨୦୨୦ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆଜି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରେଟିକ ପାର୍ଟିର ଆଶାୟୀ ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ବିତର୍କ ହୋଇଛି । କରୋନା ଭାଇରସରକୁ ନେଇ ଟ୍ରମ୍ପଙ୍କୁ ଘେରିଛନ୍ତି ବିଡେନ । ଆମେରିକାରେ କରୋନା ଜନିତ ମୃତ୍ୟୁକୁ ନେଇ ସେ ଟ୍ରମ୍ପଙ୍କ ଉପରେ ଜୋର୍ରେ ବର୍ଷିଛନ୍ତି । ଟ୍ରମ୍ପ ମଧ୍ୟ ବିଡେନଙ୍କୁ ନ ଛାଡି ତାର ଜବାବ ଦେଇଛନ୍ତି । ଆମେରିକା ଠିକ୍ ତଥ୍ୟ ଦେଉଥିବାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଟ୍ରମ୍ପ। କେବଳ ବିଡେନଙ୍କୁ ନୁହେଁ ଟ୍ରମ୍ପ ମଧ୍ୟ ଭାରତ ଉପରେ ଦୋଷ ଲଦିବାକୁ ଭୁଲି ନାହାନ୍ତି । ବିଡେନ ଖୋଲା ଖୋଲି କହିଛନ୍ତି ଟ୍ରମ୍ପ ପ୍ରଶାସନ କରୋନା ମହାମାରୀ ବିରୋଧରେ କୌଣସି ପ୍ରସ୍ତୁତ କରି ନାହିଁ ।
ଭାରତ ଉପରେ ଦୋଷ ଲଦିଲେ ଡୋନାଲ୍ଡ ଟ୍ରମ୍ପ !
