ରାଜ୍ୟସ୍ୱାସ୍ଥ୍ୟ

ପୁଣି ବଢିଲା ସଂକ୍ରମଣ, 24 ଘଣ୍ଟାରେ 3371 ଚିହ୍ନଟ

ସତ୍ୟଶିଖା(ଭୁବନେଶ୍ୱର) ୩୦ .୦୬.୨୦୨୧: ଦେଶରେ କୋରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ରାଜ୍ୟରେ କିନ୍ତୁ ଥମିବାର ନାଁ ଧରୁନି ସଂକ୍ରମଣ । ଦିନକ ପରେ ପୁଣି ବଢିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ରାଜ୍ୟରେ 3371 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9 ଲକ୍ଷ 9 ହଜାର 800ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 1922 ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ 1449 ଟି ଲୋକାଲ କେସ ରହିଛି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 93, ବାଲେଶ୍ବରରୁ 258, ବରଗଡ଼ରୁ 35, ଭଦ୍ରକରୁ 176, ବଲାଙ୍ଗୀରରୁ 12, ବୌଦ୍ଧରୁ 19, କଟକରୁ 468, ଦେଓଗଡ଼ରୁ 3, ଢେଙ୍କାନାଳରୁ 58, ଗଜପତିରୁ 12, ଗଞ୍ଜାମରୁ 21, ଜଗତସିଂହପୁରରୁ 135, ଯାଜପୁରରୁ 210, ଝାରସୁଗୁଡ଼ାରୁ 15, କଳାହାଣ୍ଡିରୁ 11, କନ୍ଧମାଳରୁ 29, କେନ୍ଦ୍ରାପଡ଼ାରୁ 219, କେନ୍ଦୁଝରରୁ 70, ଖୋର୍ଦ୍ଧାରୁ 530, କୋରାପୁଟରୁ 52, ମାଲକାନାଗିରିରୁ 80, ମୟୂରଭଞ୍ଜରୁ 222, ନବରଙ୍ଗପୁରରୁ 34, ନୟାଗଡ଼ରୁ 135, ନୂଆପଡ଼ାରୁ 8, ପୁରୀରୁ 193, ରାୟଗଡ଼ାରୁ 59, ସମ୍ବଲପୁରରୁ 28, ସୋନପୁରରୁ 22, ସୁନ୍ଦରଗଡ଼ରୁ 72, ଷ୍ଟେଟ ପୁଲ୍‌ରୁ 92 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୯ ଲକ୍ଷ ୯ ହଜାର ୮୦୦ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୧ ହଜାର ୪୨୨ ଟି ସକ୍ରିୟ ମାମଲା ରହିଥିବା ବେଳେ ୮ ଲକ୍ଷ ୭୪ ହଜାର ୩୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧ କୋଟି ୩୭ ଲକ୍ଷ ୫୯ ହଜାର ୮୭୦ ସାମ୍ପୁଲ ଟେଷ୍ଟ୍ ହୋଇସାରିଛି ।

Show More
Back to top button