ସତ୍ୟଶିଖା (ନୂଆଦିଲ୍ଲୀ) ୧୨/୦୨/୧୦୨୧ : ମେରଠର ଜିଲ୍ଲା ହସ୍ପିଟାଲରୁ ଏକ ଲଜ୍ଜାନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରେମ ସପ୍ତାହ ଚାଲିଥିବା ବେଳେ ଚକୋଲେଟ ଡେ’ରେ ଜଣେ ଡାକ୍ତରାଣୀଙ୍କୁ ଚକୋଲେଟ ଦେଇ ଡାକ୍ତର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ପୀଡିତା ମହିଳା ଡାକ୍ତରଙ୍କ ସେଦିନ ରାତି ଡିୟୁଟି ପଡ଼ିଥାଏ । ସେ ରାଉଣ୍ଡରେ ରୋଗୀଙ୍କୁ ଦେଖୁଥିବା ବେଳେ ଲେବର ରୁମକୁ ଯାଇଥିଲେ । ଡାକ୍ତରାଣୀଙ୍କୁ ଲେବର ରୁମକୁ ଯିବା ଦେଖି ସେହି ହସ୍ପିଟାଲର ବିବେକ ନାମକ ଜଣେ ଡାକ୍ତର ତାଙ୍କ ପିଛା କରିଥିଲେ ।
‘ଚକୋଲେଟ ଡେ’ରେ ଲେବର ରୁମରେ ଡାକ୍ତରାଣୀଙ୍କୁ ଚକୋଲେଟ ଦେଇ ଡାକ୍ତରଙ୍କ ଦୁଷ୍କର୍ମ ଉଦ୍ୟମ
