

ସତ୍ୟଶିଖା ( କେନ୍ଦ୍ରାପଡା ) ୦୧.୦୮.୨୦୨୦ : କେନ୍ଦ୍ରାପଡା ଦୁର୍ଗା ନର୍ସିଂହୋମର ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ,ସାମ୍ବାଦିକ ଓ ପୋଲିସକୁ ମାଡମାରି ଡାକ୍ତର ଗିରଫ l ଅଭିଯୋଗ ଅନୁସାରେ ଖବର ସଂଗ୍ରହ କରିବାକୁ ଯାଇଥିବା ଏକ ୱେବ ଚ୍ୟାନେଲର ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ କେନ୍ଦ୍ରାପଡା ଦୁର୍ଗା ନର୍ସିଂହୋମର ଡାକ୍ତର । ଆକ୍ରମଣର ଶିକାର ସାମ୍ବାଦିକ ଥାନାରେ ଅଭିଯୋଗ କରିବା ପରେ ଟାଉନ ଥାନା ସବଇନସ୍ପେକ୍ଟର ତଦନ୍ତ କରିବାକୁ ଘଟଣାସ୍ଥଳରେ ପହଂଚିଥିଲେ । ତେବେ ଏଥିରେ ଉତକ୍ଷିପ୍ତ ହୋଇ ଡାକ୍ତର ଦେବାଶିଷ ସାହୁ ଓ ଶିବାଶିଷ ସାହୁଙ୍କ ସମେତ ନର୍ସିଂହୋମର କର୍ମଚାରୀ ମିଶି ଆକ୍ରମଣ କରିଥିଲେ l ଏଥିରେ ଜଣେ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ । ପୋଲିସ ସମସ୍ତଙ୍କୁ ଗିରଫ କରିଛି । ଦୁଇ ଡାକ୍ତରଙ୍କ ସମେତ ନର୍ସିଂହୋମର ୮ ଜଣଙ୍କୁ ପୋଲିସ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ, ଏକ ନିର୍ଦ୍ଦିଷ୍ଟ ଓ୍ବେଵ ପୋର୍ଟାଲ୍ରେ କାର୍ଯ୍ୟରତ ସୁନିଲ ମହାପାତ୍ର ଗତକାଲି ରାତି ପ୍ରାୟ ୯ଟା ବେଳେ ଖବର ସ˚ଗ୍ରହ ପାଇଁ କେନ୍ଦ୍ରାପଡ଼ା ସହରରେ ଥିବା ଦୁର୍ଗା ନର୍ସି˚ହୋମ୍କୁ ଯାଇଥିଲେ। ସେଠାରେ ମୋବାଇଲ୍ରେ ଭିଡିଓ ଉତ୍ତୋଳନ କରୁଥିବା ବେଳେ ନର୍ସି˚ହୋମ୍ ମାଲିକ ଡାକ୍ତର ପର୍ଶୁରାମ ସାହୁଙ୍କ ଦୁଇ ପୁଅ ଦେବାଶିଷ ଓ ଶିବାଶିଷ ହଠାତ୍ ଆସି ଗାଳିଗୁଲଜ୍ କରିବା ସହ ମାଡ଼ ମାରିଥିଲେ । ଏପରିକି ସୁନିଲଙ୍କ ବାଇକ୍ ଓ ମୋବାଇଲ୍ ଛଡ଼ାଇ ରଖି ଦେଇଥିଲେ । ଏହି ସମୟରେ ନର୍ସି˚ହୋମ୍ ଆଗରେ ଭିଡ଼ ହୋଇଥିବା ଦେଖି ସେହି ବାଟ ଦେଇ ଯାଉଥିବା ଜଣେ ପ୍ରଶାସନିକ ଅଧିକାରୀ ପୁଲିସକୁ ଖବର ଦେଇଥିଲେ । ଥାନାଅଧିକାରୀ ଏସ୍ଆଇ ସୌମ୍ୟର˚ଜନ ଜାଲିଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ଏସ୍ଆଇ ଶ୍ରୀ ଜାଲି ନର୍ସି˚ହୋମ୍କୁ ଯାଇ ଏ ସ˚କ୍ରାନ୍ତରେ ପଚରାଉଚରା କରିବା ସହ ସୁନିଲଙ୍କ ବାଇକ୍ ଓ ମୋବାଇଲ୍ ଦେବା ପାଇଁ କହିଥିଲେ । ହେଲେ ଦୁଇ ଭାଇ ଦେବାକୁ ମନା କରି ଦେଇଥିଲେ । ଏଭଳି ସ୍ଥିତିରେ ଏସ୍ଆଇ ସିସି କ୍ୟାମେରା ଯାଞ୍ଚ କରି ଘଟଣା ପ୍ରକୃତରେ କ’ଣ ବୋଲି ଜାଣିବାକୁ ଚାହିଁବାରୁ ଅଭିଯୁକ୍ତ ଦୁଇ ଭାଇ ତାଙ୍କୁ ଠେଲାପେଲା କରିବା ସହ ଗାଳି କରିଥିବା ଥାନାଧିକାରୀ ସୂଚନା ଦେଇଥିଲେ ।