ଅପରାଧରାଜ୍ୟ

ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଡାକ୍ତର ଗିରଫ

ସତ୍ୟଶିଖା (ମାଲକାନଗିରି)( ବିଦ୍ୟାଧର ସାହାଣୀ ) ୨୬/୧୧/୨୦୨୦ :  ମାଲକାନଗିରି ପଡ଼ିଆ ମେଡିକାଲରେ ପୂର୍ବରୁ ଲାଞ୍ଚ ନେଇ ଧରା ହୋଇଥିବା ଜଣେ ଡାକ୍ତର ‌ଙ୍କୁ ପୁଣି ଏକ ଲାଞ୍ଚ ମାମଲାରେ ଭିଜିଲାନ୍ସ ଗିରଫ କରିଛି । ଗିରଫ ହୋଇଥିବା ଏହି ଡାକ୍ତର ଙ୍କ ନାମ ପାଣୁ ଚରଣ ମଣ୍ଡଳ । ସେ ମାଲକାନଗିରି ଜିଲ୍ଲା ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର ୨୦ ତାରିଖରେ ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମନ୍ତ ଅତିବୁଦ୍ଧି ଜଣେ ବ୍ୟକ୍ତି ଙ୍କ ଠାରୁ ଗାଡ଼ିଭଡ଼ା ବାବଦ ବିଲ୍ କରିବା ପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଲକାନଗିରି ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲ । । ମାଲକାନଗିରି ଭିଜିଲାନ୍ସ ଡିଏସ୍‌ପି ଙ୍କ ନେତୃତ୍ୱରେ ଏକ ଟିମ୍ ଶ୍ରୀମନ୍ତଙ୍କୁ ପଚରାଉଚୁରା କରିଥିଲା । ଏହି ସମୟରେ ମେଡିକାଲ ଅଫିସର ଡାକ୍ତର ପାଣୁ ଚରଣ ମଣ୍ଡଳଙ୍କ ସମ୍ପୃକ୍ତି ମଧ୍ୟ ପଦାକୁ ଆସିଥିଲା । ବୁଧବାର ସକାଳୁ ପାଣୁ ଚରଣଙ୍କ ଘରେ ଚଢ଼ଉ କରି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ପୂର୍ବରୁ ପାଣୁ ଚରଣ ଖଣ୍ଡପଡ଼ାରେ କାର୍ଯ୍ୟରତ ଥିଲାବେଳେ ୭,୫୦୦ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁୁ ଗିରଫ କରିଥିଲା । ଏହା ସହ ତାଙ୍କର ଆୟବହିର୍ଭୂତ ସଂପତି ଥିବା ଜଣାପଡ଼ିଛି । 

Show More
Back to top button