

କିଛି ଲୋକ ରାତିରେ ନଖାଇ ଶୋଇପଡନ୍ତି । କିନ୍ତୁ ଏହା ଯଦି ପ୍ରତିଦିନ ହୁଏ ତେବେ, ଶରୀର ଉପରେ କୁ-ପ୍ରଭାବ ପକାଇ ଥାଏ । ଏପରି କରିବା ଦ୍ବାରା, କେଉଁ ସବୁ ସମସ୍ୟା ଦେଖା ଦିଏ, ଆସନ୍ତୁ ସେ ସମ୍ପର୍କରେ ଜାଣିବା ।
-ସ୍ବାସ୍ଥ୍ୟ ବିଶେଷଣଜ୍ଞଙ୍କ ମତରେ, ଶରୀରକୁ ସୁସ୍ଥ ରଖିବା ପାଇଁ ନ୍ୟୁଟ୍ରିସନର ଆବଶ୍ୟକତା ପଡିଥାଏ । କିନ୍ତୁ ରାତିରେ ଖାଲି ପେଟରେ ଶୋଇବା ଫଳରେ ଏହା କମ୍ ହୋଇଥାଏ । ଯେଉଁଥିପାଇଁ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେବାର ଆଶଙ୍କା ଥାଏ ।
-ରାତିରେ ଖାଲି ପେଟରେ ଶୋଇବା ଦ୍ବାରା, ପେଟ କାଟିବା ସମସ୍ୟା ଦେଖା ଦେଇଥାଏ । ସୁସ୍ଥ ନିଦ ହେବାରେ ମଧ୍ୟ ଏହା ବାଧା ସୃଷ୍ଟି କରିଥାଏ । ତେଣୁ ରାତିରେ ଖାଲି ପେଟରେ ଶୋଇବା ଅନୁଚିତ୍ ।
-ରାତିରେ ଖାଲି ପେଟରେ ଶୋଇବା ଫଳରେ, ପରଦିନ କ୍ଳାନ୍ତ ଅନୁଭବ ହୋଇଥାଏ ।
-ହେଲଥ୍ ଏକ୍ସପଟ୍ଙ୍କ ଅନୁସାରେ ରାତିରେ କମ୍ ଖାଇବା ଆବଶ୍ୟକ। କିନ୍ତୁ ଖାଲି ପେଟରେ ରହିବା ଅନୁଚିତ୍ । ନ ଖାଇ ଶୋଇବା ଯୋଗୁ ଅସୁବିଧାରେ ପଡ଼ିପାରନ୍ତି ।