ଆପଣଙ୍କର ଏହି ୧୦ଟି ଖରାପ ଅଭ୍ୟାସ ରହିଛି କି ? ତେବେ ହେବ ଏହି ସବୁ ମାରାତ୍ମକ ରୋଗ l


ସତ୍ୟଶିଖା ୧୨ .୦୯.୨୦୨୦ : ଅନେକ ଖରାପ ଅଭ୍ୟାସ ଆଶ୍ଚର୍ଯ୍ୟଜନକ ଭାବେ ଆମ ସ୍ଵlସ୍ଥ୍ୟକୁ ନଷ୍ଟ କରି ଦେଇଥାଏ । ଅଜାଣତରେ ହୋଇଥିବା ଏହି ଭୁଲ୍ ପାଇଁ ଆମେ ପରେ ପଶ୍ଚାତାପ କରିଥାଉ । ସୁସ୍ଥ ଏବଂ ଆନନ୍ଦମୟ ଜୀବନ ଚାହୁଁଛନ୍ତି ଯଦି ତେବେ ପ୍ରତିଦିନର ଏହି ଛୋଟ ଛୋଟ ଭୁଲ୍ ପ୍ରତି ଧ୍ୟାନ ଦେବା ଆରମ୍ଭ କରନ୍ତୁ । ବିଶ୍ୱlସ କରନ୍ତୁ,ଏହି ୧୦ଟି ଖରାପ ଅଭ୍ୟାସ ଛାଡ଼ିବା ଦ୍ୱାରା ଆପଣଙ୍କୁ ଡାକ୍ତର ଏବଂ ଔଷଧ ଉଭୟଙ୍କଠୁ ମୁକ୍ତି ମିଳିବ ।
୧. ଅଧିକାଂଶ ସମୟରେ ଆପଣ ଲୋକଙ୍କୁ ଅଣ୍ଟା ମୋଡ଼ି ବସିବା କିମ୍ବା ଚାଲୁଥିବାର ଦେଖିଥିବେ । ଏପରି କରିବା ଦ୍ୱାରା କେବଳ ଆପଣଙ୍କ ମାଂସପେଶୀ ପାଇଁ ହାନିକାରକ ହୋଇନଥାଏ ବରଂ ବଡି ପୋଶ୍ଚର ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିଥାଏ । ଅଣ୍ଟାକୁ ସବୁବେଳେ ସିଧା ରଖନ୍ତୁ । ଏହା ଦ୍ୱାରା ମାଂସପେଶୀରେ ସନ୍ତୁଳନ ରହିବ ।
୨. ଓ୍ବାର୍କ ଫ୍ରମ୍ ହୋମ୍ ସମୟରେ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ଆଗରେ ବସି କାମ କରିବାକୁ ପଡ଼ିଥାଏ । ଏହା ଦ୍ୱାରା ଆମ ହାତ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ । ହାତ ଏବଂ ଆଙ୍ଗୁଠିରେ ଯନ୍ତ୍ରଣା କାରଣରୁ କାର୍ପଲ ଟନଲ୍ ସିଣ୍ଡୋମ୍ ର ଆଶଙ୍କା ବଢ଼ିଯାଇଥାଏ । ଏଥିପାଇଁ କାମ ମଝିରେ ଆଖି ସହ ହାତକୁ ମଧ୍ୟ ରିଲାକ୍ସ ଦିଅନ୍ତୁ ।
୩. ବଜାରରେ ମିଳୁଥିବା ଜଙ୍କ ଫୁଡ କିମ୍ବା ଫାଷ୍ଟ ଫୁଡ ଆପଣଙ୍କ ପାଟିକୁ ତ ସନ୍ତୁଷ୍ଟ କରି ଦେଇଥାଏ କିନ୍ତୁ ତା ସହିତ ଅନେକ ରୋଗ ମଧ୍ୟ ଦେଇ ଯାଇଥାଏ । ଜଙ୍କ ଫୁଡ ଦୃତ ଗତିରେ ଓଜନ ବଢ଼ାଇ ଡାଇବେଟିସ୍,ହୃଦ ରୋଗ ସମେତ ଅନ୍ୟାନ୍ୟ ମାରାତ୍ମକ ରୋଗକୁ ନିମନ୍ତ୍ରଣ ଦେଇଥାଏ ।
୪. ଅସୁସ୍ଥ ଜୀବନ କାରଣରୁ ଶରୀରରେ ଷ୍ଟ୍ରେସ ହରମୋନ୍ ମଧ୍ୟ ରିଲିଜ ହୋଇଥାଏ । ଷ୍ଟ୍ରେସ ଯୋଗୁଁ ମନୁଷ୍ୟକୁ ବ୍ଲଡ ପ୍ରେସର ଏବଂ ବ୍ଲଡ ସୁଗାରର ସମସ୍ୟା ହୋଇପାରେ । କେବଳ ଏତିକି ନୁହେଁ,ଏହା ବର୍ଦ୍ଧିତ ଓଜନ ସହ ଆପଣଙ୍କ ଡାଇଜେସନ ଏବଂ ଇମ୍ୟୁନିଟି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଷ୍ଟ୍ରେସ ମ୍ୟାନେଜମେଣ୍ଟ ଜରିଆରେ ହଇପ୍ ବ୍ରିଥିଂ,ମେଡିଟେସନ,ଯୋଗ,ଓ୍ବାର୍କଆଉଟ କରି ପାରିବେ କିମ୍ବା ପରିବାର ସହ ସମୟ ବିତାଇ ପାରିବେ ।
୫. ମଦରେ ଥିବା ଆଲକୋହଲ୍ ଆପଣଙ୍କ ଶାରିରୀକ ଏବଂ ମାନସିକ ସ୍ଥିତି ଦୁଇଟି ଉପରେ କୁପ୍ରଭାବ ପକାଇଥାଏ । ମଦ କେବଳ ମନୁଷ୍ୟଙ୍କ ଲିଭର ଖରାପ କରିନଥାଏ ବରଂ ଏହା ହୃଦ୍ ରୋଗ,ଡିପ୍ରେସନ,ଆର୍ଥରାଇଟିସ୍ ଏବଂ କ୍ୟାନସର ଭଳି ମାରାତ୍ମକ ରୋଗର କାରଣ ହୋଇପାରେ ।
୬. ଧୂମପାନ ହୃଦ ରୋଗ ଏବଂ କ୍ୟାନସର ଯୋଗୁଁ ହୋଇଥିବା ୩୦% ମୃତ୍ୟୁ ପାଇଁ ଦାୟୀ। କେବଳ ଏତିକି ନୁହେଁ,୮୦-୯୦% ଲୋକଙ୍କୁ ଫୁସଫୁସ୍ କ୍ୟାନସର ଧୂମପାନ ଯୋଗୁଁ ହୋଇଥାଏ । ସିଗାରେଟ୍ କିମ୍ବା ବିଡ଼ି ପିଇବା ଦ୍ୱାରା ମୁହଁ,ଗଳା କିମ୍ବା ବ୍ଲେଡର କ୍ୟାନସର ମଧ୍ୟ ହୋଇଥାଏ । ଏହା ଛାଡ଼ିବା ଦ୍ୱାରା ଆପଣଙ୍କୁ ଫାଇଦା ଦେଖାଯିବା ଆରମ୍ଭ ହୋଇଯିବ କାରଣ ଧୂମପାନ ଛାଡ଼ିବାର କିଛି ମିନିଟ୍ ପରେ ଫୁସଫୁସ୍ ଏବଂ କାର୍ଡ଼ିଓଭାସ୍କୁଲାର ସିଷ୍ଟମ୍ ନିଜେ ନିଜେ ଭଲ ହେବାକୁ ଲାଗିଥାଏ ।
୭. ପେନ୍ କିଲର୍ସ ଅର୍ଥାତ୍ ଯନ୍ତ୍ରଣାରୁ ମୁକ୍ତି ଦେଉଥିବା ଔଷଧକୁ ମଧ୍ୟ ଖୁବ୍ କମ୍ ବ୍ୟବହାର କରିବା ଉଚିତ୍ । ଏହା ସବୁବେଳେ ବ୍ୟବହାର କଲେ ସ୍ଵlସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ପେନ୍ କିଲର୍ସ ସବୁବେଳେ ନେବା ଦ୍ୱାରା ଅଲ୍ସର,ଗ୍ୟାଷ୍ଟୋଇଣ୍ଟେଷ୍ଟାୟଇନଲରେ ରକ୍ତ,ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ଭଳି ସମସ୍ୟା ହୋଇପାରେ। ଏଥିପାଇଁ ଏସବୁ ଔଷଧର ନିଶା ପ୍ରତି ନିୟନ୍ତ୍ରଣ କରିବା ଶିଖନ୍ତୁ ।
୮. କେତେକ ବ୍ୟକ୍ତି ସକାଳେ ଜଳଖିଆ ଖାଇ ନଥାନ୍ତି। କ’ଣ ଆପଣ ଜାଣନ୍ତି କି ସକାଳ ଜଳଖିଆ ନ ନେବା ଦ୍ୱାରା ଆପଣଙ୍କ ସ୍ଵlସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ । ଏପରି ସବୁବେଳେ କରିବା ଦ୍ୱାରା ଆପଣଙ୍କ ସାମାନ୍ୟ ଓଜନ,ହରମୋନାଲ୍ ହେଲଥ,ମେମୋରି,ହ୍ୟୁମର ଏବଂ ମୁଡ ପ୍ରତି ଖରାପ ପ୍ରଭାବ ପକାଇଥାଏ । ସକାଳ ଜଳଖିଆ ନ କରିବା ଦ୍ୱାରା ମେଟାବଲିଜମ ସୁସ୍ତିଆ ହୋଇଥାଏ ଯାହା ମନୁଷ୍ୟର ଓଜନ ବଢ଼ିବାର କାରଣ ହୋଇଥାଏ ।
୯. କମ୍ କିମ୍ବା ଅପର୍ଯ୍ୟାପ୍ତ ନିଦ ନେବା ଦ୍ୱାରା ଆପଣଙ୍କ ଲକ୍ଷ୍ୟ ଦୁର୍ବଳ ହୋଇଯାଇଥାଏ । ବ୍ୟବହାରରେ ଚିଡ଼ଚିଡ଼ାପଣ ଆସିଥାଏ । ଡିପ୍ରେସନର ସମସ୍ୟା ବଢ଼ି ଯାଇଥାଏ । ଷ୍ଟ୍ରେସ ହରମୋନ ବୃଦ୍ଧି ହେବା ଦ୍ୱାରା ଓଜନ ମଧ୍ୟ ବଢ଼ିଥାଏ । କମ୍ ଶୋଇବା ଦ୍ୱାରା ତ୍ୱଚା ଏବଂ ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ । ଏହା ସହିତ ରକ୍ତଚାପର ସମସ୍ୟା ମଧ୍ୟ ହୋଇଥାଏ । ଆମକୁ ପ୍ରତିଦିନ ଅତିକମରେ ୮ଘଣ୍ଟା ଶୋଇବା ଉଚିତ୍ ।
୧୦. ପାଣି କମ୍ ପିଇବା ଦ୍ୱାରା ଆମ ଶରୀର ଡିହାଇଡ୍ରେଟ୍ ହେବା ଆରମ୍ଭ ହୋଇଯାଇଥାଏ । ପାଣି ନ ପିଇଲେ ଏହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ । ଏହା ଥକ୍କାପଣ,ରୁକ୍ଷ ତ୍ୱଚା,ଚିଡ଼ଚିଡ଼ାପଣ ଏବଂ ଲକ୍ଷ୍ୟର ଅଭାବର କାରଣ ହୋଇପାରେ । ପାଣି କମ୍ ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ଆସି ପାରିନଥାଏ ଯାହା ଫଳରେ ବୃକକ ଏବଂରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ ।