ଜୀବନମନ୍ତ୍ରନ୍ୟୁଜ୍ସ୍ୱାସ୍ଥ୍ୟ

ଜିମ୍‌ ଯିବା ପୂର୍ବରୁ କରୁଛନ୍ତି କି ଏହି କାମ ?

ସତ୍ୟଶିଖା(ଭୁବନେଶ୍ୱର )୨୨.୦୯ . ୨୦୨୨:

ଯୁବପିଢ଼ି ଏବେ ଫିଟ ଓ ସୁସ୍ଥ ରହିବାକୁ ପସନ୍ଦ କରୁଛନ୍ତି । ଫିଟ ଯିବା ପାଇଁ ଫ୍ରି ସମୟରେ ଜିମ୍ ଯାଉଛନ୍ତି । ଏ ନେଇ ସେମାନେ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଜିମ୍ ଯିବା ପୂର୍ବରୁ ଅନେକେ ସ୍ୱାସ୍ଥ୍ୟପକ୍ଷେ ହିତକର ଭାବି ଜୁସ୍ ପିଇଥାନ୍ତି । ମାତ୍ର ଏପରି କିଛି ପାନୀୟ ରହିଛି, ଯାହାକୁ ଜିମ୍ ଯିବା ପୂର୍ବରୁ ନ ପିଇବା ଭଲ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦିଅନ୍ତି ।

– ଚା’ କିମ୍ବା କଫି ପିଇ ଜିମ୍ ଯିବା ଅନୁଚିତ । କାରଣ ଏପରି କଲେ ଶରୀରରେ ରକ୍ତପ୍ରବାହ ଧୀର ହୋଇଯାଏ ।

– ଆଲକହଲ୍ ଭଳି ଅମ୍ଳଯୁକ୍ତ ପାନୀୟ ମଧ୍ୟ ଶରୀରରେ ଅନେକ କୁପ୍ରଭାବ ପକାଇଥାଏ । ଏଥିରେ ସୁଗାର ମାତ୍ରା ଭରପୂର ରହିଥାଏ । ଜିମ୍ ଯିବା ପୂର୍ବରୁ ଏହାକୁ ପିଇଲେ ଗ୍ୟାସ, ପେଟ ଫୁଲିବା, ହଜମ ନ ହେବା ଭଳି ସମସ୍ୟା ଦେଖାଦିଏ ।

– ଜିମ୍ ପୂର୍ବରୁ ଫଳ ଖାଇବା ଉଚିତ ହୋଇଥିବା ବେଳେ ଏହାର ଜୁସ୍ କ୍ଷତିକାରକ ହୋଇଥାଏ । ଏଥିରେ ସୁଗାର ଥିବାରୁ ସମସ୍ୟା ସୃଷ୍ଟି କରିଥାଏ ।

– ଆଲକହଲ୍ ପିଇବା ଫଳରେ ଶରୀରରୁ ଶକ୍ତି କମିଯାଏ ।

– କ୍ଷୀର ସହ ଜଡ଼ିତ ପାନୀୟକୁ ଜିମ୍ ପୂର୍ବରୁ ପିଇଲେ ପାଚନତନ୍ତ୍ରରେ ସମସ୍ୟା ଦେଖାଯାଇଥାଏ । ତେଣୁ ଏସବୁ ପାନୀୟଠାରୁ ଦୂରେଇ ରୁହନ୍ତୁ ।

 

Show More
Back to top button