ଏହି ଦିଗରେ କରନ୍ତୁ ପିଲାଙ୍କ ପାଠପଢ଼ା ରୁମ୍ : ନଚେତ୍ ପିଲାମାନେ ହେବେ ବିଶୃଙ୍ଖଳ l

ସତ୍ୟଶିଖା ୨୮ .୦୮.୨୦୨୦ :  ଘରେ ଖୁସିର କଥା ହେଉ କିମ୍ବା ଆମଦାନୀର କଥା,ବାସ୍ତୁ ଠିକ୍ ହେବା ଆବଶ୍ୟକ ହୋଇଥାଏ । ଏହା ସହିତ ଘରେ ପିଲାର ପାଠପଢ଼ା ସନ୍ଦର୍ଭରେ ମଧ୍ୟ ବାସ୍ତୁର ପ୍ରଭାବ ରହିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ପିଲାର ପାଠପଢ଼ା ଘରର ପୂର୍ବ,ଉତ୍ତର କିମ୍ବା ଉତ୍ତର-ପୂର୍ବରେ ହେବା ଉଚିତ୍ । ଏହା ଧ୍ୟାନ ରଖିବା ଉଚିତ୍ ଯେ ଏଠାରେ କୌଣସି ନ ଖମ୍ବ ନ ରହୁ ।

ପିଲାଙ୍କ ରୁମରେ ଷ୍ଟଡି ଟେବୁଲରେ କିମ୍ବା ସାମନାରେ ଦର୍ପଣ ଅର୍ଥାତ୍ କାଚ ଲଗାଇବା ଅନୁଚିତ୍ । ଏହା ସହିତ ପାଠପଢ଼ା ଟେବୁଲରେ ଜରୁରୀ ଜିନିଷ ରଖିବା ଉଚିତ୍ ।

ପୁସ୍ତକ,ଖାତା ଆଦି ରୁମର ଦକ୍ଷିଣ,ପଶ୍ଚିମ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ରଖିବା ଉଚିତ୍ ଏବଂ ଏଗୁଡ଼ିକ ରଖାଯାଉଥିବା ଆଲମାରିର ଥାକ ଖୋଲା ରଖିବା ଅନୁଚିତ୍ । ଏହା ଦ୍ୱାରା ପିଲାଙ୍କ ଏକାଗ୍ରତା କମିଯାଇଥାଏ ।

ପାଠପଢ଼ା ସମୟରେ ମୁହଁକୁ ପଶ୍ଚିମ ଏବଂ ଉତ୍ତର ଦିଗ ଆଡ଼କୁ ମଧ୍ୟ ରଖା ଯାଇ ପାରିବ । କିନ୍ତୁ ଏହି ଦିଗରେ ପାଠର ଫଳ ଏତେ ଭଲ ମିଳିନଥାଏ ।

ପାଠପଢ଼ା ସମୟରେ ଦକ୍ଷିଣ ଆଡ଼କୁ ମୁହଁ କରନ୍ତୁ ନାହିଁ । କାରଣ ଏହା ଦ୍ୱାରା ସେମାନଙ୍କଠାରେ ଅଗ୍ନି ତତ୍ୱର ପ୍ରଧାନତା ହୋଇ ଯାଇଥାଏ ଯାହା ଦ୍ୱାରା ସେମାନେ ଉଦଣ୍ଡ ଏବଂ ଅନୁଶାସନହୀନ ହୋଇଯାଆନ୍ତି ।

Exit mobile version