

ସତ୍ୟଶିଖା(ଭୁବନେଶ୍ୱର) ୨୬.୦୫.୨୦୨୧: ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ସକାଳ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ବାହାନଗା-ରେମୁଣା ମଧ୍ୟରେ ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍’ । ୩-୪ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ । ଦିନ ଗୋଟାେ ପୂର୍ବରୁ ବାତ୍ୟା ‘ୟାସ୍’ ଲ୍ୟାଣ୍ଡଫଲ୍ କରିବ ବୋଲି ଆଶା କରାଯାଉଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୩୦ କି.ମି.ରୁ ୧୪୦ କି.ମି. ମଧ୍ୟରେ ରହିବ ।
ବାଲେଶ୍ବର ଜିଲ୍ଲା ଦେଇ ଏହା ମୟୁରଭଞ୍ଜ ଜିଲ୍ଲାକୁ ଯିବ ବାତ୍ୟା ‘ୟାସ୍’ । ମୟୁରଭଞ୍ଜ ଜିଲ୍ଲାରେ ପହଞ୍ଚିବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୦୦ କି.ମି. ବା ତାଠାରୁ ଟିକେ ଅଧିକ ରହିପାରେ । ବାଲେଶ୍ବରରେ ବାତ୍ୟା ‘ୟାସ୍’ର ଅଧିକ ପ୍ରଭାବ ପଡିବ । ଭଦ୍ରକ, ବାଲେଶ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମୟୁରଭଞ୍ଜରେ ମଧ୍ୟ ବାତ୍ୟା ‘ୟାସ୍’ ପ୍ରଭାବ ପକାଇବ ।
ବାତ୍ୟା ‘ୟାସ୍’ ପ୍ରଭାଗରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଛି । ମୟୁରଭଞ୍ଜ କୁସୁମୀରେ ସର୍ବାଧିକ ୩୦୪ ମିମି ବର୍ଷା ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୨୮୮ ମିମି, ଭଦ୍ରକରେ ୨୬୭ ମିମି ବର୍ଷା ରେକର୍ଡ କରାଯାଇଛି ।