ବାସ୍ତୁଶାସ୍ତ୍ରସ୍ୱାସ୍ଥ୍ୟ

ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି କାମ: ବଦଳିବ ଭାଗ୍ୟ

ସତ୍ୟଶିଖା( ଭୁବନେଶ୍ୱର )୧୦.୦୯ . ୨୦୨୨:  ଅନେକ ଲୋକେ ସକାଳୁ ଉଠିଲେ ପ୍ରଥମେ ଭଗବାନଙ୍କ ଲାମ ନେଇଥାନ୍ତି । କରଣ କୁହାଯାଏ ଯେ ଭଗବାନଙ୍କ ନାମ ନେଇ ଦିନ ଆରମ୍ଭ କଲେ ଦିନଟି ଶୁଭ ଓ ମଙ୍ଗଳମୟ ହୋଇଥାଏ । ତେଣୁ ପୁରାଣ ଶାସ୍ତ୍ରରେ କୁହାଯାଇଛି ଯେ ସକାଳୁ ଉଠିବା ମାତ୍ରେ ନିଜର ଇଷ୍ଟଦେବଙ୍କ ନାମ ଜପ କରାଯାଏ। ତେବେ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ସକାଳ ପରି ରାତିରେ ମଧ୍ୟ ନିଜ ଇଷ୍ଟ ଦେବଙ୍କ ନାମ ଜପ କରି ଏବଂ ତାଙ୍କୁ ପାର୍ଥନା କରି ଶୋଇବା ଉଚିତ୍ । ଯାହାଫଳରେ ଏହା ଆମ ଭାଗ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ ।କିନ୍ତୁ ରାତିରେ ଭଗବାନଙ୍କ ନାମ ଜପ କରିବା ପୂର୍ବରୁ ଏହାର କିଛି ନିୟମ ଅଛି । ଯାହାକୁ ପାଳନ କରିବା ଆବଶ୍ୟକ । ବର୍ତ୍ତମାନ ଆସନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ କେଉଁ କାମ କରିବା ଆବଶ୍ୟକ ।

ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି କାମ…

ଗୋଟିଏ ଗ୍ଲାସ ପାଣି ମୁଣ୍ଡ ଉପରେ ରଖି ଶୁଅନ୍ତୁ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାତିରେ ଶୋଇବା ପୂର୍ବରୁ କିଛି କାମ କରିବା ପାଇଁ ପରାମର୍ଶ ଦିଆଯାଇଛି । ଯାହା କରିବା ଦ୍ୱାରା ଏହା ଆପଣଙ୍କ ଜୀବନ ଏବଂ ଭାଗ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ । ଏଥିସହିତ ଆପଣଙ୍କ ଜୀବନରେ ସର୍ବଦା ସୁଖ ଶାନ୍ତି ଲାଗି ରହିଥାଏ । ତେବେ ରାତିରେ ଶୋଇବା ପୂର୍ବରୁ ମୁଣ୍ଡ ଉପରେ ଗୋଟିଏ ଗ୍ଲାସ୍ ପାଣି ରଖି ଶୁଅନ୍ତୁ, ଏବଂ ସକାଳୁ ଉଠିବା ପରେ ସେହି ପାଣିକୁ ଘର ବାହାରେ କିମ୍ବା କୌଣସି ଉଦ୍ଭିଦରେ ପକାନ୍ତୁ । ଏପରି କରିବା ଦ୍ୱାରା ଘରେ ଥିବା ନକାରାତ୍ମକଶକ୍ତି ଦୂର ହୋଇଥାଏ । ଏଥିସହିତ ଆପଣ ଦେଖିଥିବା ଖରାପ ସ୍ୱପ୍ନ ଉପରେ ମଧ୍ୟ ଏହା ପ୍ରଭାବ ପକାଇବା ସହ ଏହି ଖରାପ ସ୍ୱପ୍ନରୁ ମୁକ୍ତି ମିଳିଥାଏ ।

ରୋଷେଇ ଘର ସଫା ରଖନ୍ତୁ: ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ବଜାୟ ରଖିବା ପାଇଁ, ଶୋଇବା ପୂର୍ବରୁ ଘରର ରୋଷେଇ ଘର ସଫା କରିବା ସହ ଅଇଁଠା ବାସନକୁ ରୋଷେଇ ଘରେ ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡିବା ସହ ସେ ଘରେ ପ୍ରବେଶ କରନ୍ତି ନାହିଁ । ତେଣୁ ଶଓଇବା ପୂର୍ବରୁ ରୋଷେଇ ଘର, ଘର ଅଦି ସଫା କରି ଶୁଅନ୍ତୁ ।

ଦୁର୍ଗା ସପ୍ତଶକ୍ତି ପାଠ କରନ୍ତୁ : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସକାଳୁ ଉଠି ସ୍ନାନ ଏବଂ ନିତ୍ୟକର୍ମ ଆଦି ସାରିବା ପରେ ଦୁର୍ଗା ସପ୍ତଶକ୍ତି ପାଠ ନିଶ୍ଚିତ ଭାବରେ ଜପ କରନ୍ତୁ । କରାଣ ବିଶ୍ୱାସ କରାଯାଏ ଯେ ମା ଦୁର୍ଗାଙ୍କର ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣ ମାନ ସମ୍ମାନ ଏବଂ ଖ୍ୟାତି ଲାଭ କରିବେ। ଏତ୍ ବ୍ୟତୀତ ଏହି ମନ୍ତ୍ର ନିୟମିତ ଭାବରେ ପାଠ କରିବା ଦ୍ୱାରା ବ୍ୟକ୍ତିର ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଆସିଥାଏ ।

Show More
Back to top button