ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଭୁବନେଶ୍ୱରରେ ବଢ଼ିଲା ଟିକାକରଣ କେନ୍ଦ୍ର ସଂଖ୍ୟା

ସତ୍ୟଶିଖା( ଭୁବନେଶ୍ୱର )୨୦ .୦୭. ୨୦୨୨:  ଭୁବନେଶ୍ୱରରେ ବଢ଼ିଲା ଟିକାକରଣ କେନ୍ଦ୍ର ସଂଖ୍ୟା । ୧୯ରୁ ବୃଦ୍ଧି ପାଇ ମୋଟ ଟିକାକରଣ କେନ୍ଦ୍ର ସଂଖ୍ୟା ହେଲା ୨୭ । ୧୨ରୁ୧୪ ବର୍ଷ ବୟସ ବର୍ଗଙ୍କ କୋର୍ବେଭାକ୍ସ ଟିକା ପାଇଁ ୫ଟି କେନ୍ଦ୍ର । ୧୮ରୁ ୫୯ ବର୍ଷ ବୟସ ବର୍ଗଙ୍କ କୋଭିସିଲ୍ଡ ଟିକାର ବୁଷ୍ଟର ବା ପ୍ରିକସନ ଡୋଜ ପାଇଁ ୟୁନିଟ-୯ ପୌର ସ୍ୱାସ୍ଥ୍ୟକେନ୍ଦ୍ରରେ ଦିଆଯିବ । ସେହିପରି କ୍ୟାପିଟାଲ ହସ୍ପିଟାଲ, ବିଏମସି ହସ୍ପିଟାଲ, ଏମ୍ସ ହସ୍ପିଟାଲ ଓ ରେଲୱେ ହସ୍ପିଟାଲ ସମେତ ଅବଶିଷ୍ଟ ୨୧ଟି କେନ୍ଦ୍ରରେ କୋଭାକ୍ସିନ ଟିକାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବା ପ୍ରିକସନ ଡୋଜ ଉପଲବ୍ଧ ହେବ । ଏଥିପାଇଁ ସକାଳ ୯ଟାଠାରୁ ଅପରାହ୍ନ ଗୋଟାଏ ଓ ପୁଣି ଅପରାହ୍ନ ୩ଟାଠାରୁ ସାଢେ ୫ଟା ସମୟ ନିର୍ଘଣ୍ଟ ଧାର୍ୟ୍ୟ କରାଯାଇଛି ।  co-win  ପୋର୍ଟାଲରେ ନାମ ପଞ୍ଜିକରଣ କରି ନିର୍ଦ୍ଧାରିତ ସମୟ ଓ ସ୍ଥାନରେ ମାସ୍କ ପରିଧାନ କରି ଟୀକା ଗ୍ରହଣ କରିବାକୁ ବିଏମସି ପକ୍ଷରୁ ଆହ୍ୱାନ କରାଯାଇଛି।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୫୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୬୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬୪ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୧୯୯୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

Show More
Back to top button