ଜୀବନମନ୍ତ୍ରନ୍ୟୁଜ୍ସ୍ୱାସ୍ଥ୍ୟ

ଖାଲି ପେଟରେ ଏସବୁ ଖାଆନ୍ତୁ ନାହିଁ

ସତ୍ୟଶିଖା(ଭୁବନେଶ୍ୱର )୨୪.୦୯ . ୨୦୨୨:  ସୁସ୍ଥ ରହିବାକୁ ହେଲେ ଆମକୁ ଅନେକ ପ୍ରକାରର ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଉପଯୁକ୍ତ ଖାଦ୍ୟ, ବ୍ୟାୟାମ, ଭଲ ନିଦ ଏବଂ ଜଙ୍କ୍‌ଫୁଡ୍‌ ଠାରୁ ଦୂରରେ ରହିବା ବହୁତ ଭଲ। ଠିକ୍‌ ସମୟରେ ସଠିକ୍‌ ଖାଦ୍ୟ ଖାଇବା ମଧ୍ୟ ଜରୁରୀ ଅଟେ। ବିଶେଷକରି କିଛି ଖାଦ୍ୟପଦାର୍ଥ ରହିଛି ଯାହାକୁ ଆଦୌ ଖାଲି ପେଟରେ ଖାଇବା ଉଚିତ୍‌ ନୁହେଁ ବୋଲି ଆୟୁର୍ବେଦ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଜାଣନ୍ତୁ ଏ ସମ୍ପର୍କରେ…

ଚା କିମ୍ବା କଫି:
ପ୍ରାୟତଃ ଲୋକମାନେ ଚା କିମ୍ବା କଫି ସହିତ ସକାଳ ଆରମ୍ଭ କରିବାକୁ ପସନ୍ଦ କରନ୍ତି। କିନ୍ତୁ ଖାଲି ପେଟରେ ଚା’ କିମ୍ବା ଖଫି ପିଇବା ଦ୍ୱାରା  ଏସିଡିଟି ସମସ୍ୟା ଦେଖା ଦେଇଥାଏ। ତେଣୁ ଚା କିମ୍ବା କଫି ପିଇବା ସମୟରେ ସର୍ବଦା ରୁଟି ଏବଂ ବିସ୍କୁଟ ଖାଆନ୍ତୁ, ଏହା ଆପଣଙ୍କ ପେଟକୁ ଠିକ୍‌ ରଖିବ।

ମସଲାଯୁକ୍ତ ଖାଦ୍ୟ:
ଖାଲି ପେଟରେ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପେଟରେ ସମସ୍ୟା ହୋଇପାରେ। ଏଥିଯୋଗୁ ଅମ୍ଳତା କିମ୍ବା ଯନ୍ତ୍ରଣା ଆରମ୍ଭ ହୋଇଥାଏ। ମସଲାଯୁକ୍ତ ଖାଦ୍ୟର ପେଟରେ ଅଦୃଶ୍ୟତା ସମସ୍ୟା ସୃଷ୍ଟି କରିଥାଏ।

ଦହି:
ଖାଲି ପେଟରେ ଦହି ଖାଇବା ସ୍ବାସ୍ଥ୍ୟପକ୍ଷେ ହାନିକାରକ। କାରଣ ଏହା ପ୍ରବଳ ଥଣ୍ଡା। ତେଣୁ ଖାଲି ପେଟରେ ଦହି ଖାଇବା ମନା।

ଟମାଟୋ :
ଟମାଟୋ ଗରମ। ତେଣୁ ଗରମ ପାଗ କିମ୍ବା ଖାଲି ପେଟରେ ଟମାଟୋ ଖାଇବା ଦ୍ୱାରା ପେଟ ଏବଂ ଛାତିରେ ଜ୍ୱଳନ ହୋଇଥାଏ।

ପିଜୁଳି:
ପିଜୁଳି ପ୍ରାୟ ଲୋକ ଖାଇଥାନ୍ତି। ମାତ୍ର ଧ୍ୟାନ ରଖିବେ ଖାଲିପେଟରେ ପିଜୁଳି ଆଦୌ ଖାଇବା ଉଚିତ୍‌ ନୁହେଁ। କାରଣ ଏହାକୁ ଖାଲି ପେଟରେ ଖାଇଲେ ପେଟ ଦରଜ ହେବାର ଯଥେଷ୍ଟ ସମ୍ଭାବନା ଥାଏ।

Show More
Back to top button