ବାସ୍ତୁଶାସ୍ତ୍ର

ସକାଳେ ଉଠିବା ପରେ କରନ୍ତୁ ନାହିଁ ଏହି କାର୍ଯ୍ୟ ; ହୋଇଥାଏ ସମସ୍ୟା

ସତ୍ୟଶିଖା( ଭୁବନେଶ୍ୱର )୧୧.୦୫.୨୦୨୨ :ବାସ୍ତୁ ଶାସ୍ତ୍ର ଅନୁଯାୟୀ, ସକାଳ ସମୟରେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ସକାଳର ଆରମ୍ଭ ସର୍ବଦା ଉତ୍ତମ ହେବା ଆବଶ୍ୟକ ବୋଲି ମଧ୍ୟ କୁହାଯାଏ। ସକାଳର ଆରମ୍ଭ ଭଲରେ ହେଲେ ସାରା ଦିନ ଭଲରେ ବିତିଥାଏ ବୋଲି କୁହାଯାଏ। ତେଣୁ ବାସ୍ତୁ ଅନୁଯାୟୀ, ସକାଳେ କିଛି ଜିନିଷକୁ ଦେଖିବା ଉଚିତ ନୁହେଁ। ଜାଣନ୍ତୁ ….
ବନ୍ଦ ଘଣ୍ଟା – ସକାଳେ ଉଠିବା ପରେ ବନ୍ଦ ଘଣ୍ଟା ଦେଖନ୍ତୁ ନାହିଁ। ଏହାଦ୍ୱାରା ଦିନଯାକ କାର୍ଯ୍ୟରେ ଅସଫଳତା ମିଳିଥାଏ ବୋଲି କୁହାଯାଏ। ଏହାସହ ଘରେ ବନ୍ଦ ଘଣ୍ଟା ଆଦୌ ରଖନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।
ଦର୍ପଣ ଦେଖନ୍ତୁ ନାହିଁ – ସକାଳେ ଉଠିବା ମାତ୍ରେ ମୁହଁ ନଧୋଇ ଦର୍ପଣ ଦେଖନ୍ତୁ ନାହିଁ। ପ୍ରଥମେ ଉଠିବା ମାତ୍ରେ ନିଜ ହାତ ପାପୁଲି ଦେଖନ୍ତୁ।
ଅଇଁଠା ବାସନ – ବାସ୍ତୁ ଅନୁଯାୟୀ, ସକାଳେ ଉଠିବା ମାତ୍ରେ ଅଇଁଠା ବାସନ ଦେଖନ୍ତୁ ନାହିଁ। ତେଣୁ ରାତିରେ ଶୋଇବା ପୂର୍ବରୁ ସମସ୍ତ ଅଇଁଠା ବାସନ ମାଜି ଦିଅନ୍ତୁ। ରାତିରେ ଅଇଁଠା ବାସନ ପଡି ରହିଲେ ଆର୍ଥିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ।

Show More
Back to top button