

ସତ୍ୟଶିଖା(ଝାରସୁଗୁଡା) ୦୫.୦୪.୨୦୨୧: କୋଭିଡ ସଂକ୍ରମଣକୁ ପ୍ରତିହତ କରିବାକୁ ଝାରସୁଗୁଡାରେ ଚେକିଂକୁ କଡାକଡି କରାଯାଇଛି। ସାମାଜିକ ଦୂରତା ନ ରଖିବା ଏବଂ ଦୋକାନୀ ଓ ଗ୍ରାହକ ମାସ୍କ ବ୍ୟବହାର କରୁ ନଥିବା ଯୋଗୁଁ ଗତକାଲି ସଂଧ୍ୟାରେ ଝାରସୁଗୁଡା ସହରର ଦୁଇଟି ଦୋକାନକୁ ସିଲ କରଛି ଜିଲ୍ଲା ପ୍ରସାଶନ ।
କୋଭିଡ ନିୟମ ଉଲଂଘନ ଅଭିଯୋଗରେ ସିଲ୍ ହେଇଥିବା ଏହି ୨ ଦୋକାନ ମଧ୍ୟର ଗୋଟିଏ ଜୋତା ଦୋକାନ ଓ ଅନ୍ୟଟି ଏକ ମୋବାଇଲ ଫୋନ୍ ଦୋକାନ ବୋଲି ଜଣାପ଼ଡିଛି । ସ୍ଥାନୀୟ ପୁଲିସ୍ ଓ ଝାରସୁଗୁଡା ବିଡ଼ିଓଙ୍କ ଉପସ୍ଥିତିରେ ଏହି ଦୁଇଟି ଦୋକାନ ସିଲ୍ କରାଯାଇଛି ।
କୋଭିଡର ଦ୍ୱିତୀୟ ଲହର ଜାରି ରହିଥିବାବେଳେ ସଂକ୍ରମଣ ବୃଦ୍ଧି ରୋକିବାକୁ ରାଜ୍ୟ ସରକାର କୋଭିଡ୍ ନିୟମ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଝାରସୁଗୁଡା ଜିଲ୍ଲାରେ ଦିନ ଓ ସଂଧ୍ୟାରେ ପାଟ୍ରୋଲିଂ ଏବଂ ଚେକିଂକୁ କଡାକଡି କରିବାକୁ ୧୭ଟି ସ୍କ୍ୱାଡ୍ ଗଠନ କରିଛନ୍ତି ଜିଲ୍ଲାପାଳ।
ଗତ ୩ଦିନ ମଧ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଅମାନିଆଙ୍କୁ ସାବାଡ କରିବାକୁ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ପୂର୍ବରୁ ତିନି ସପ୍ତାହ ପର୍ଯ୍ୟନ୍ତ ସାପ୍ତାହିକ ହାଟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇ ଥିଲା ବେଳେ ଆଜିଠାରୁ ନାଇଟ କର୍ଫ୍ୟୁ କରାଯିବ । ଏଥିସହ ଜିଲ୍ଲାର ୧୨ଟି ସ୍ଥାନରେ ମିନି କଣ୍ଟେନମେଣ୍ଟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।
ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ଚିହ୍ନଟ ୪୭୧ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିଲେ। ଏହି ଜିଲ୍ଲାରୁ କେବଳ ୮୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।