ନ୍ୟୁଜ୍ରାଜ୍ୟ

ପୁରୀ ଜିଲ୍ଲାବାସୀଙ୍କୁ ଟିକା ନେବାକୁ ଅନୁରୋଧ କଲେ ଜିଲ୍ଲାପାଳ ସମର୍ଥ ବର୍ମା

ସତ୍ୟଶିଖା ( ପୁରୀ )୧୨ /୧୧ /୨୦୨୧: ପୁରୀ ଜିଲ୍ଲାରେ ୮୨ ପ୍ରତିଶତ ଲୋକ ପ୍ରଥମ ପର୍ଯ୍ୟାୟ ଓ ୫୪ ପ୍ରତିଶତ ଲୋକ ଦ୍ଵିତୀୟ ପର୍ଯ୍ୟାୟ ଟିକା ନେଇଛନ୍ତି । କିନ୍ତୁ ଗ୍ରାମାଞ୍ଚଳରେ କିଛି ବ୍ୟକ୍ତି କୋଭିଡ୍ ଟିକା ନେବାକୁ ନାରାଜ ହେଉଛନ୍ତି । ଯାହାଫଳରେ ଜିଲ୍ଲାରେ ଟିକାଦାନ ପ୍ରକ୍ରିୟା ଯେଉଁଭଳି ଅଗ୍ରଗତି ହେବା କଥା ତାହା ହୋଇପାରିନାହିଁ । ପ୍ରତି ଗାଁରେ କ୍ୟାମ୍ପ୍ କରାଯାଉଛି । ତେଣୁ ସମଗ୍ର ଜିଲ୍ଲାବାସୀ ସମ୍ପୂର୍ଣ୍ଣ ସହଯୋଗ କରି ଶତ ପ୍ରତିଶତ ଦୁଇ ପର୍ଯ୍ୟାୟ ଟିକା ନେବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

Show More
Back to top button