ରାଜ୍ୟ

ଆଉ ୧୪୬ ପଜିଟିଭ୍ ଚିହ୍ନଟ, ୩ ହଜାର ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର (ସତ୍ୟଶିଖା): ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦ ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୯୯୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୧୩୬ ଜଣ ଚିକିତ୍ସାଧୀନ ଅଛନ୍ତି। ୯ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୨ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିଲେ ସୁଦ୍ଧା କରୋନା ଏହାର କାରଣ ନୁହେଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ନୂତନ ଭାବେ ଚିହ୍ନଟ ଏହି ୧୪୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ବାକି ୧୯ଟି ଲୋକାଲ୍ କେସ୍‌।

ଆହୁରି ପଢ଼ନ୍ତୁ

ଏହି ୧୪୬ ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗରୁ ଫେରି କରୋନାରେ ଆକ୍ରାନ୍ତ ହୋଇଥିବା ଏନ୍‌ଡିଆର୍‌ଏଫ୍‌/ଓଡ୍ରାଫର ୬୧ ଜଣ କର୍ମଚାରୀ ଅଛନ୍ତି। ବାକିମାନେ ରାଜ୍ୟର ୧୭ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁରରୁ ୮ ଜଣ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝରରୁ ୨, କଟକରୁ ୨, ମାଲକାନଗିରିରୁ ୧, ଖୋର୍ଦ୍ଧାରୁ ୧୯, ନୟାଗଡ଼ରୁ ୩, ଯାଜପୁରରୁ ୧, ମୟୂରଭଞ୍ଜରୁ ୩, ଢେଙ୍କାନାଳରୁ ୧, କଳାହାଣ୍ଡିରୁ ୩, କନ୍ଧମାଳରୁ ୨, ଗଞ୍ଜାମରୁ ୧୮, ଦେବଗଡ଼ରୁ ୫, ବଲାଙ୍ଗିରରୁ ୧, ସୁନ୍ଦରଗଡ଼ରୁ ୭, କେନ୍ଦ୍ରାପଡ଼ାରୁ ୨ ଓ ବାଲେଶ୍ୱରରୁ ୭ ଜଣ ଚିହ୍ନଟ ହୋଇଛନ୍ତି।



[ad_2]

Show More
Back to top button