ନ୍ୟୁଜ୍ରାଜ୍ୟ

ଦୀପାବଳି: ରାଜଧାନୀରେ ରାତି ୮ଟାରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି

ସତ୍ୟଶିଖା( ଭୁବନେଶ୍ୱର )୨୧.୧୦.୨୦୨୨:  ରାଜଧାନୀରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା । କମିଶନରେଟ୍ ପୁଲିସ୍‌  ଏ ନେଇ ନିର୍ଦ୍ଦେଶାବଳୀ ଜାରି କରିଛି । ଦୀପାବଳି ରାତିରେ ମାତ୍ର ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ମିଳିଛି । ଲୋକେ ରାତି ୮ଟାରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ କୁହାଯାଇଛି । ଏହା ପରେ କିମ୍ବା ପୂର୍ବରୁ ବାଣ ଫୁଟାଉଥିବା ନଜରକୁ ଆସିଲେ, ସଂପୃକ୍ତ ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରାଯିବ। ବାଣ ଦୋକନ ପାଇଁ ରାଜଧାନୀରେ  ୩୦ଟି ଖୋଲା ସ୍ଥାନ ଚିହ୍ନଟ।  ଭୁବନେଶ୍ୱର ଓ ଏହାର ଉପକଣ୍ଠ ୧୦ଟି ଥାନା ଅଧିନରେ ୩୦ ଖୋଲା ସ୍ଥାନ ଚିହ୍ନଟ।  ଖୋଲାସ୍ଥାନ ବା କ୍ଲଷ୍ଟରରେ ଖୋଲିବ ୧୫୦୦ ବାଣ ଦୋକାନ।  ପ୍ରତି କ୍ଲଷ୍ଟରରେ ରହିବ ୫୦ଟି ଦୋକାନ।  ପ୍ରତି ଦୋକାନ ମଧ୍ୟରେ ରହିବ ୩ ମିଟର ଦୂରତା। ପ୍ରତି ଦୋକାନର ସୀମାରେଖା ୧୦ରୁ ୧୨ ବର୍ଗମିଟର ରହିବ। ସାମ୍ନାସାମ୍ନି ବା ମୁହାଁମୁହିଁ ଖୋଲିବ ନାହିଁ ଦୋକାନ। ୩୦ଟି ସ୍ଥାନ ବ୍ୟତିତ ଅନ୍ୟ କେଉଁ ସ୍ଥାନରେ ବାଣ ବିକ୍ରି ହେଲେ ନିଆଯିବ କାର୍ୟ୍ୟାନୁଷ୍ଠାନ । ବେଆଇନ ବାଣ ଦୋକାନ ନଜରକୁ ଆସିଲେ ସୂଚନା ଦେବାକୁ ଜାରି ହୋଇଛି ହ୍ୱାଟସଆପ୍ ନମ୍ବର। ଶିକ୍ଷାନୁଷ୍ଠାନ, କୋର୍ଟ, ହସ୍ପିଟାଲ ଓ ନିଷିଦ୍ଧାଂଚଳର ୧୦୦ ମିଟର ପରିଧିରେ ବାଣ ଫୁଟାଇବାରେ କଟକଣା ଜାରି କରିଛି।

Show More
Back to top button