ସତ୍ୟଶିଖା (ନୂଆଦିଲ୍ଲୀ) ୦୭.୧୦.୨୦୨୦ : କେନ୍ଦ୍ର ସରକାର ମଙ୍ଗଳବାର ଦିନ ଦୀନେଶ କୁମାର ଖରାଙ୍କୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ଅକ୍ଟୋବର ୭ରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ । ଦୀନେଶ କୁମାର ଖରା ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିବେ । ଅଧ୍ୟକ୍ଷ ଏସବିଆଇର ମୁଖ୍ୟ ହୋଇଥାନ୍ତି । ତାଙ୍କ ଅଧିନରେ ୪ ଜଣ ପରିଚାଳନା ନିର୍ଦ୍ଦେଶକ ରହିଥାନ୍ତି । ଦୀନେଶ କୁମାର ଖରା ବର୍ତ୍ତମାନର ଅଧ୍ୟକ୍ଷ ରଜନୀଶ କୁମାରଙ୍କ ସ୍ଥାନ ନେବେ ।
SBIର ନୂଆ ଅଧ୍ୟକ୍ଷ ଭାବେ ଦୀନେଶ କୁମାର ଖରା ନିଯୁକ୍ତ, ପଦରେ ରହିବେ ୩ ବର୍ଷ l
