ସତ୍ୟଶିଖା (ନୂଆଦିଲ୍ଲୀ) ୧୬ /୧୦/୨୦୨୦ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ଫ୍ରାଞ୍ଚାଇଜି କୋଲକାତା ନାଇଟ୍ ରାଇଡର୍ସ(କେକେଆର)ର ଅଧିନାୟକ ଦିନେଶ କାର୍ତ୍ତିକ ଅଧିନାୟକ ପଦ ଛାଡିଛନ୍ତି । ଆଇପିଏଲର ଦୁଇ ଥରର ଚମ୍ପିଆନ କେକେଆର ଚଳିତ ସଂସ୍କରଣରେ ଖରାପ ପ୍ରଦର୍ଶନ କାରଣରୁ ଦିନେଶ କାର୍ତ୍ତିକ ଅଧିନାୟକତ୍ଵ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଶୁକ୍ରବାର ଏହି ପଦ ପରିତ୍ୟାଗ କରିଛନ୍ତି । ଇଂଲଣ୍ଡ ଦଳର ସୀମିତ ଓଭରର ଅଧିନାୟକ ଇଅନ ମୋର୍ଗାନଙ୍କୁ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଇଛି ।
କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ପଦ ଛାଡିଲେ ଦିନେଶ କାର୍ତ୍ତିକ
