ଦେଶନ୍ୟୁଜ୍ବିଦେଶ

ଦିନେଶ ଗୁଣବର୍ଦ୍ଧନେ ଶ୍ରୀଲଙ୍କାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ!

ସତ୍ୟଶିଖା( କଲମ୍ବୋ )୨୨.୦୭ . ୨୦୨୨:  ଦିନେଶ ଗୁଣବର୍ଦ୍ଧନେ ଶ୍ରୀଲଙ୍କାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏ ସମ୍ପର୍କରେ ରାଷ୍ଟ୍ରପତି ରନିଲ ବିକ୍ରମସିଙ୍ଘେଙ୍କ ଘୋଷଣାକୁ ଅପେକ୍ଷା କରାଯାଇଛି। ବିକ୍ରମସିଙ୍ଘେ ପ୍ରଧାନମନ୍ତ୍ରୀ ପଦ ଲାଗି ଦିନେଶଙ୍କୁ ପସନ୍ଦ କରିଥିବା ବେଳେ ଏ ସମ୍ପର୍କରେ ଶୁକ୍ରବାର ବିଧିବଦ୍ଧ ଭାବେ ଘୋଷଣା କରାଯିବ। ନୂଆ ପ୍ରଧାନମନ୍ତ୍ରୀ ସହିତ ଅନ୍ୟ ସମସ୍ତ କ୍ୟାବିନେଟ ମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ବିକ୍ରମସିଙ୍ଘେ ଆଜି ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପରେ ବିକ୍ରମସିଙ୍ଘେ କହିଛନ୍ତି ଯେ ସେ ପୂର୍ବତନ ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷଙ୍କ ବନ୍ଧୁ ନୁହନ୍ତି। ସେ ଶ୍ରୀଲଙ୍କା ନାଗରିକଙ୍କ ବନ୍ଧୁ। ତେଣୁ ଦେଶକୁ ଆର୍ଥିକ ସଙ୍କଟରୁ ମୁକ୍ତ କରିବା ଲାଗି ଆଗାମୀ ଦିନରେ ସେ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବେ।

Show More
Back to top button