

ସତ୍ୟଶିଖା (ଭୁବନେଶ୍ୱର) ୧୯/୦୧/୨୦୨୧ : ତିନି ଦିନର ବ୍ୟବଧାନ ପରେ ସରକାରୀ ତେଲ କମ୍ପାନି ଗୁଡ଼ିକ ଆଜି ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛନ୍ତି । ଭୁବନେଶ୍ୱରରେ ପେଟ୍ରୋଲ ଦର ଆଜି ଲିଟର ପିଛା ୨୬ ପଇସା ଏବଂ ଡିଜେଲ ଦର ୨୮ ପଇସା ବୃଦ୍ଧି ପାଇ ଯଥାକ୍ରମେ ୮୫ ଟଙ୍କା ୬୨ ପଇସା ଏବଂ ୮୧ ଟଙ୍କା ୮୬ ପଇସା ଛୁଇଁଛି ।
ଗତମାସ ୭ ତାରିଖରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଥିଲା । କିନ୍ତୁ ୨୦୨୧ରେ ପ୍ରଥମ ଥର ପାଇଁ ଗତ ୬ ତାରିଖରେ ଏହି ଦର ବଢ଼ିଥିଲା । ୬ ତାରିଖ ଠାରୁ ଇତି ମଧ୍ୟରେ ୫ ଥର ତେଲ ଦର ବଢ଼ିଛି । ଫଳରେ ଚଳିତମାସରେ ପେଟ୍ରୋଲ ଦର ଲିଟର ପିଛା ୧ ଟଙ୍କା ୨୮ ପଇସା ଏବଂ ଡିଜେଲ ଦର ୧ ଟଙ୍କା ୪୦ ପଇସା ବଢ଼ିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇଥିବା କାରଣରୁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି । ଏଥିସହିତ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମଧ୍ୟ ତେଲ ଉପରେ ବିପୁଳ ଟିକସ ଆଦାୟ କରୁଥିବାରୁ ଦର ରେକର୍ଡ ପରେ ରେକର୍ଡ କରୁଛି ।