

ସତ୍ୟଶିଖା : ୧୯/୦୧/୨୦୨୫ : କଣାସରେ ଭୟ ବଢ଼ାଉଛି ଝାଡ଼ାବାନ୍ତି । ଗତକାଲି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଗଡ଼ିସାଗୋଦାର ନଈକୂଳପାଟଣାର ଗୁରେଇ ସେଠୀ । ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ କଣାସରୁ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଥିଲା । ସେହିପରି ଗତକାଲି କଣାସ ନୂଆଗାଁର ମାଧି ଦଳାଇଙ୍କ ମୃତ୍ୟୁ ହୋଇଥିଲା । ପୁରୀ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ମାଧି । ଏହା ପୂର୍ବରୁ ମଧ୍ୟ ହଇଜାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବଢୁଥିବା ବେଳେ ଗୋଟିଏ ପରେ ଗୋଟିଏ ଗାଁକୁ ଝାଡ଼ାବାନ୍ତି ବ୍ୟାପୁଥିବାରୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଲୋକେ । ଦୟା ନଦୀର ପ୍ରଦୂଷିତ ପାଣି ପାଇଁ ଝାଡ଼ାବାନ୍ତି ବ୍ୟାପୁଥିବା ଜଣାପଡ଼ିଛି । ତେଣୁ ନଦୀ ପାଣିକୁ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛନ୍ତି ସିଡିଏମଓ ।