ସତ୍ୟଶିଖା (ଅହମଦାବାଦ) ୧୨.୧୦.୨୦୨୦ : ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଅଶ୍ଳୀଳ କମେଣ୍ଟ କରୁଥିବା ବ୍ୟକ୍ତିକୁ ଗୁଜୁରାଟର କଚ୍ଛ ଜିଲ୍ଲାରୁ ଗିରଫ କରାଯାଇଛି । କଚ୍ଛ ପୋଲିସର କହିବା ଅନୁସାରେ ଏହି ବ୍ୟକ୍ତି କୋଲକାତା ନାଇଟ୍ ରାଇଡର୍ସ ବିରୋଧରେ ଚେନ୍ନାଇ ସୁପର କିଙ୍ଗସକୁ ମିଳିଥିବା ପରାଜୟ ଯୋଗୁଁ ରାଗି ଯାଇଥିଲା । ସେହି ରାଗରେ ସେ ମହେନ୍ଦ୍ର ସିଂହ ଧୋନିଙ୍କ ୫ବର୍ଷ ବୟସର ଝିଅ ଜିବାଙ୍କୁ ଦୁଷ୍କର୍ମ ଧମକ ଦେଇଥିଲେ । ଗୁଜୁରାଟ ପୋଲିସ୍ ସୋସିଆଲ ମିଡିଆ ଆକ୍ଟ ଅନୁସାରେ ଅଭିଯୁକ୍ତକୁ ଗିରଫ କରିଛି ଏବଂ ଖୁବ୍ ଶୀଘ୍ର ତାକୁ ରାଞ୍ଚି ପୋଲିସ୍ ହେପାଜତରେ ହସ୍ତାନ୍ତର କରାଯିବ । ଏହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେବେ ଯେ ଗିରଫ କରାଯାଇଥିବା ଅଭିଯୁକ୍ତ ଜଣେ ନାବାଳକ ଏବଂ ଦ୍ବାଦଶ ଶ୍ରେଣୀରେ ପଢ଼େ । ତାକୁ ମୁନ୍ଦ୍ରାର ନାମନା କପାୟା ଗାଁରୁ ଗିରଫ କରାଯାଇଛି ।
ଧୋନିଙ୍କ ଝିଅ ଜିଭାଙ୍କୁ ସୋସିଆଲ୍ ମିଡିଆରେ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୁକ୍ତ ନାବାଳକ କଚ୍ଛରୁ ଗିରଫ l
