ଟି-୨୦ ବିଶ୍ୱକପ୍ ପାଇଁ ଧୋନୀଙ୍କୁ ମେଣ୍ଟର ଦାୟିତ୍ୱ

ସତ୍ୟଶିଖା(ନୂଆଦିଲ୍ଲୀ ) ୯ .୦୯ .୨୦୨୧: ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ହେବା ପାଇଁ ପ୍ରସ୍ତୁତ ଟିମ୍ ଇଣ୍ଡିଆ । ଟି-୨-୦ ମହାକୁମ୍ଭ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ୧୫ ଜଣିଆ ଖେଳାଳିଙ୍କ ନାଁ ଘୋଷଣା ହୋଇଛି । ୧୫ ଖେଳାଳିଙ୍କ ବ୍ୟତୀତ ଯେଉଁ ନାଁ ଘୋଷଣା ହୋଇଛି ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ହେଉଛନ୍ତି କ୍ୟାପଟେନ୍ କୁଲ ମହେନ୍ଦ୍ର ସିଂହ ଧୋନୀ । ଟି-୨୦ ବିଶ୍ୱକପ୍ ପାଇଁ ତାଙ୍କୁ ମେଣ୍ଟର ଦାୟିତ୍ୱ ଦିଆଯାଇଛି ।

ଖେଳାଳିଙ୍କୁ ଉତ୍ସାହିତ କରୁଥିବା ଓ ରଣନୀତି ପ୍ରସ୍ତୁତ କରିବାରେ ମାହିର କୁହାଯାଉଥିବା ମାହିଙ୍କୁ ମିଳିଛି ଏହି ଗୁରୁ ଦାୟିତ୍ୱ । କ୍ୟାପଟେନ୍ କୁଲ ଭାବେ ସେ ବେଶ୍ ଜଣାଶୁଣା । ସିମୀତ ଓଭରରେ ଧୋନୀଙ୍କ ଅନୁଭବ ଓ ଅଭିଜ୍ଞତା ଅନେକ ରହିଛି । କଠିନ ସମୟରେ କେମିତି ଖେଳାଯିବ ଧୋନୀଙ୍କୁ ବେଶ୍ ଭଲ ଭାବେ ଜଣା । ଅଧିନାୟକ ନଥିବା ବେଳେ ମଧ୍ୟ ପଡ଼ିଆରେ ବିରାଟ କୋହଲୀ କଠିନ ସମୟରେ ଧୋନୀଙ୍କ ମତ ନେଉଥିବା ଦେଖିବାକୁ ମିଳିଛି । ଧୋନୀଙ୍କ ନେତୃତ୍ୱରେ ୨୦୦୭ରେ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ଏବେ ଧୋନୀଙ୍କୁ ମେଣ୍ଟର ଦାୟିତ୍ୱ ମିଳିବା ପରେ ଟିମ୍ ଇଣ୍ଡିଆ ୨୦୦୭ରେ କରିଥିବା କରିସ୍ମା ପୁଣି ଥରେ ୨୦୨୧ରେ କରିପାରେ ।

Exit mobile version