ସତ୍ୟଶିଖା( ଢେଙ୍କାନାଳ)୨୧.୦୭ . ୨୦୨୨: ଆସନ୍ତାକାଲି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ଡାକରା ଦେଇଛି ଜିଲ୍ଲା ଓକିଲ ସଂଘ। ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଶେଷ ହେବାରେ ଅହେତୁକ ବିଳମ୍ବ ହେଉଥିବାରୁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବ ବୋଲି ସୂଚନା ମିଳିଛି।
ଆସନ୍ତାକାଲି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ
