ନ୍ୟୁଜ୍ରାଜ୍ୟ

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ଢେଙ୍କାନାଳକୁ ୮ ସ୍ୱର୍ଣ୍ଣ

ସତ୍ୟଶିଖା( ଢେଙ୍କାନାଳ ) ୦୩.୦୧.୨୦୨୨: ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ବିଜୁପଟ୍ଟନାୟକ ସଂସ୍କୃତି ଭବନଠାରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାର ପ୍ରତିଯୋଗିତା ମାନେ ଗର୍ବ ଓ ଗୌରବ ଆଣିଦେଇଛନ୍ତି । ଉକ୍ତ ପ୍ରତିଯୋଗିତା ଉତ୍ସବରେ ଭାଗନେଇଥିବା ୨୧ ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ୮ ସ୍ୱର୍ଣ୍ଣ, ୭ ରୋପ୍ୟ ଓ ୭ କାଂସ୍ୟ ପଦକ ହାସଲ କରିଛନ୍ତି । ତନ୍ମଧ୍ୟରୁ ବିଶ୍ୱଦର୍ଶିନୀ ବରାଳ, ଶୁଚିସ୍ମିତା ସାହୁ, ପି. ପଟ୍ଟନାୟକ, ଅର୍ପିତା ବେହେରା, ଜିବନଜୋତି ନାୟକ, ପ୍ରିୟବ୍ରତ ବରାଳ, ପ୍ରୀତିଶ ନାୟକ, ସୈାମିତ ମହାନ୍ତି ପ୍ରମୁଖ ସ୍ୱର୍ଣ୍ଣ ପଦକ ହାସଲ କରି ଢେଙ୍କାନାଳ ଜିଲ୍ଲାର ଗର୍ବ ଓ ଗୈାରବ ବଢାଇଛନ୍ତି । ଏହି ସଫଳତାରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରୀପ୍ତ ମହାନ୍ତି, ମୁଖ୍ୟ କୋଚ୍ ସୋମ୍ୟବ୍ରତ ସାହୁଙ୍କ ସମେତ ସମସ୍ତ କ୍ରୀଡାବିତ୍ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Show More
Back to top button