ସାହିତ୍ୟ ଓ ସଂସ୍କୃତି
ଆଜି ଠାରୁ ଆରମ୍ଭ ଢ଼େଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା


ସତ୍ୟଶିଖା (ଭୁବନେଶ୍ୱର ) ୨୮.୧୦.୨୦୨୩ : ଆଜି ଠାରୁ ଆରମ୍ଭ ଢ଼େଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା`। ଧରାବତରଣ କରିବେ ମା ଧନାଦାତ୍ରି। ଏନେଇ ଚଳଚଞ୍ଚଳ ହେବା ସହ ସଜେଇ ହେଇଛି ଢେଙ୍କାନାଳ ସହର। ଗଜ ଲକ୍ଷ୍ମୀପୂଜା ବେଶ ଉତ୍କଣ୍ଠା ଓ ଉତ୍ସାହର ସହ ଅପେକ୍ଷାରେ ରହିଛନ୍ତି ଢ଼େଙ୍କାନାଳ ବାସୀ। ମା’ଙ୍କ ଆବାହନ ପାଇଁ ସଜେଇ ହୋଇଛି ଢେଙ୍କାନଳ ସହର।
ସୁଉଚ୍ଚ ତୋରଣ ସାଂଗକୁ ରଙ୍ଗୀନ ଆଲୋକ ମାଳା ରେ ଝଲସୁଛି ପୁରା ସହର। ମାଆ ଙ୍କ ପୂଜା ଆଜିଠୁ ଆରମ୍ଭ ହୋଇ ଆସନ୍ତା ମାସ ୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ ମା ଙ୍କ ଆରାଧନା। ଚଳିତ ଥର ମୋଟ ୩୮ ଟି ପୂଜା ମଣ୍ଡପରେ ବୈଦିକ ରୀତିନୀତି ରେ ପୂଜା ପାଇବେ ମା। ଢ଼େଙ୍କାନାଳର ଗଜଲକ୍ଷ୍ମୀ ପୂଜାର ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ପ୍ରସିଦ୍ଧି ଲାଭ କରିଛି।