ଭୁବନେଶ୍ୱର ଆଇଆଇଟିରେ ଦୁଇଟି ନୂଆ ବିଲ୍ଡିଂର ଉଦଘାଟନ କଲେ ଧର୍ମେନ୍ଦ୍ର

ସତ୍ୟଶିଖା(ଭୁବନେଶ୍ୱର ) ୨୦.୦୮ .୨୦୨୧: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭୁବନେଶ୍ୱର ଆଇଆଇଟିରେ ଦୁଇଟି ନୂଆ ବିଲ୍ଡିଂର ଉଦଘାଟନ କରିଛନ୍ତି। ଋଷିକୁଲ୍ୟା ଛାତ୍ରାବାସ ଏବଂ ପୁଷ୍ପାଞ୍ଜଳି ଲେକଚର ହଲ କଂପ୍ଲେକ୍ସ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ୧୨୬୦ରୁ ଅଧିକ କୋଟି ଟଙ୍କା ବ୍ୟୟରେ ଆଇଆଇଟି କ୍ୟାମ୍ପସ ଭିତ୍ତିଭୂମିର ବିକାଶ କରାଯାଉଛି। ଏହା ଦ୍ୱିତୀୟ ପର୍ଯ୍ୟାୟ କ୍ୟାମ୍ପସରେ ନିର୍ମାଣ ହୋଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଇଆଇଟି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।

 

Exit mobile version